ପଟୌଦୀ ଖାନ୍ଦାନ୍ର ଲାଡଲି ସାରା ଅଲ୍ଳୀଙ୍କ ପିଆର୍ ଟିମ୍ ଏବେ ବଲିଉଡ୍ ଫିଲ୍ମ ନିର୍ଦ୍ଦେଶକମନଙ୍କୁ ହଇରାଣ କରିବାରେ ଲାଗିପଡ଼ିଛି। ନିର୍ଦ୍ଦେଶକମାନେ ସାରାଙ୍କ ଏ କାଣ୍ଡକୁ ନିର୍ଦ୍ଦେଶକ ଆସୋସିଏସନ୍ରେ ଆଲୋଚନା କରିବ ନେଇ ନିଷ୍ପତି ନେଇଛନ୍ତି । କୁହାଯାଉଛି ବିକୀ କୋଶଲଙ୍କ ଫିଲ୍ମ ‘ଉରୀ’ଯାହା ବକ୍ସ ଅଫିସ୍ରେ ୨୦୦ କୋଯଇର ବ୍ୟବସାୟ କରିଛି ସ ବତ୍ତର୍ମାନ ବିକୀ କୋଶଲ ସୁପରଷ୍ଟାର ବନି ଯାଇଛନ୍ତି । ବଲିଉଡ୍ ଇଣ୍ଡଷ୍ଟ୍ରୀରେ ବିକୀ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇଛନ୍ତି ଯାହା ପାଇଁ ଏବେ ସାରାଙ୍କ ନିଶାନ୍ରେ ବିକୀ ଅଚନ୍ତି ବୋଳି କୁହାଯାଉଛି । ଫିଲ୍ମ ‘ବାଗୀ ୩’ କାମ କରିବାକୁ ମନା କରିଥିବା ସାରା ବର୍ତ୍ତମାନ ନିଜ ପିଆରଖ ଟିମ୍କୁ ବିକୀ କୋଶଲଙ୍କ ଫିଲ୍ମ ‘ଊଦ୍ଧମ ସିଂହ’କୁ ନିଜର ଶିକର ବନାଇଛନ୍ତି । କାରଣ ଟାଇଗରଙ୍କ ଫିଲ୍ମ ଛାଡିବା ପରେ ଏବେ କୁହା ଯାଉଛି କି ସାରା ବିକୀଙ୍କ ଫିଲ୍ମ ‘ଊଦ୍ଧମ ସିଂହ’ଙ୍କ ଫିଲ୍ମରେ କାମ କରିବାକୁ ମନା କରିଦେଇଛନ୍ତି । ସହୀଦ ଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଥିବା ଫିଲ୍ମର କାମ ଏବେ ଜୋରସୋରରେ ଆଗେଇ ଚାଲିଥିବାବେଳେ ଫିଲ୍ମର ଲୋକେସନ୍ ଖୋଜା ଚାଲିଛି । ସେପଟେ ସାରାଙ୍କ ମିଛ ଖବର ପାଇଁ ଏବେ ସିନେପ୍ରେମୀଙ୍କ ମନରେ ପ୍ରଶ୍ନ ଯେ ସାରା କ’ଣ ପାଇଁ ରାତାରାତି ସୁପରଷ୍ଟାର ବନିଥିବା କଳାକାରଙ୍କ ସହ କାମ କରିବାକୁ ମନା କରୁଛନ୍ତି । ଫିଲ୍ମ ନିର୍ମାତା ସଂଘ ସାରାଙ୍କ ବିରୋଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଏ ତେବେ ସାରାଙ୍କ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିବାର ସମ୍ଭାବନା ରହିଛି ।