ଆସନ୍ତାକାଲି ନୂଆ ଜର୍ସିରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ପଡ଼ିଆକୁ ଓହ୍ଲାଇବ

0

ଲଣ୍ଡନ,୨୯/୬: ଆସନ୍ତାକାଲି ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସିରେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ପଡ଼ିଆକୁ ଓହ୍ଲାଇବ। ଗତକାଲି ଟିମ୍‌ ଇଣ୍ଡିଆର ପ୍ରାୟୋଜକ ଥିବା ନାଇକ୍‌ ତରଫରୁ ଏହି ଅରେଞ୍ଜ ଜର୍ସିର ଉନ୍ମୋଚନ କରାଯାଇଥିଲା। ଏବେ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଏହି ନୂଆ ଜର୍ସିକୁ ପିନ୍ଧି ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଓ ମହେନ୍ଦ୍ର ସିଂହ ଧୋନି ନୂଆ ଜର୍ସି ପିନ୍ଧିଥିବା ଫଟୋ ସୋଶାଲ୍‌ ମିଡିଆରେ ଛାଡ଼ିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

ବିରାଟ କୋହଲି ନୂଆ ଜିର୍ସି ପିନ୍ଧି ପ୍ରଥମେ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଥିଲେ। ଏହାପରେ ରିଷଭ ପନ୍ତ ମଧ୍ୟ ଫଟୋ ଶେୟାର କରିଥିଲେ। କ୍ରିକେଟ୍‌ ବିଶ୍ୱକପ୍‌ ଟ୍ୱିଟ୍‌ରେ ଧୋନି, ବିରାଟ ଓ ପାଣ୍ଡ୍ୟାଙ୍କ ଏକ ଫଟୋ ପୋଷ୍ଟ କରିଛି। ଏହି ନୂଆ ଜର୍ସି ସମ୍ପର୍କରେ ଆପଣ କ’ଣ ଭାବୁଛନ୍ତି ବୋଲି ମଧ୍ୟ ଏଥିରେ ପ୍ରଶ୍ନ କରାଯାଇଛି। ଭାରତୀୟ କ୍ରିକେଟ୍‌ ଟିମ୍‌ ତା’ର ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଶାମି, ଚହଲ, ରାହୁଲ ଓ ରୋହିତଙ୍କ ଫଟୋ ପୋଷ୍ଟ କରିଛି।

Leave A Reply

Your email address will not be published.