ଆସନ୍ତାକାଲି ପାଟକୁରା ଭୋଟ ଗଣତି

0

କେନ୍ଦ୍ରାପଡ଼ା,୨୩/୭: ଆସନ୍ତାକାଲି ପାଟକୁରା ବିଧାନସଭା ଆସନର ଭୋଟ ଗଣତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ୟ୍ୟାାୟ ପହଁଚି ସାରିଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭୋଟ ଗଣତି କରାଯିବ । ମୋଟ ୧୮ଟି ରାଉଣ୍ଡରେ ଭୋଟ ଗଣତି ହେବ। ଏଥିପାଇଁ ୧୮ଟି ଟେବୁଲ ବ୍ୟବସ୍ଥା କରାଯାଇଛି ।

ଭୋଟ ଗଣତି ପାଇଁ କଲେଜ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ ୧୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହା ସହିତ ଇଭିଏମ୍‌ର ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ଷ୍ଟ୍ରଙ୍ଗରୁମରେ ଅର୍ଦ୍ଧସାମରିକ ବାହିନୀ ରହିଛନ୍ତି । ଏହାସହ ଓଏସ୍ଏପି ଏବଂ ଜିଲ୍ଲା ପୁଲିସ ମଧ୍ୟ ଇଭିଏମ୍ ସୁରକ୍ଷାରେ ରହିଛନ୍ତି । ସକାଳ ୮ଟାରୁ ଭୋଟ୍‌ ଗଣତି ହୋଇ ଅପରାହ୍ନ ୩ଟା ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁମାନଙ୍କୁ ଅନୁମତି ମିଳିଛି କେବଳ ସେହିମାନେ ହିଁ ଭୋଟ ଗଣତି କେନ୍ଦ୍ର ଭିତରକୁ ପ୍ରବେଶ କରି ପାରିବେ ।

ଏଠାରେ ଉଲ୍ଲେଖ ଯୋଗ୍ୟ, ପାଟକୁରା ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହିତ ମୋଟ ୧୦ ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଗତ ୨୦ ତାରିଖରେ ମତଦାନ ହୋଇଛି । ଏଥିରେ ୭୩ ପ୍ରତିଶତ ମତଦାତା ନିଜର ମତ ସାବ୍ୟସ୍ତ କରିଛନ୍ତି ।

Leave A Reply

Your email address will not be published.