ଆସନ୍ତାକାଲି ପାଳନ ହେବ ଇଦ୍‌, ଚାନ୍ଦ ଦିଶିବା ପରେ ଭଙ୍ଗ ହେଲା ରୋଜା

0

ଭୁବନେଶ୍ଵର,୪/୬: ଆସନ୍ତାକାଲି ରାଜ୍ୟବ୍ୟାପୀ ବଡ଼ ଆନନ୍ଦ ଉଲ୍ଲାସ ସହ ପାଳନ ହେବ ଇଦ। ଆଜି ପବିତ୍ର ରମଜାନ ମାସର ଶେଷ ଦିନ ଥିଲା। କାଲି ଇଦ ପାଳନ କରାଯିବ ବୋଲି କଟକ ଅଞ୍ଜୁମାନ ଇସଲାମିଆ ଚାନ୍ଦ କମିଟି ପକ୍ଷରୁ ଘୋଷଣା କରାଯାଇଛି। ମାସ ସାରା ମୁସଲମାନ ଭାଇ ଭଉଣୀ ରୋଜା ଓ ଉପବାସ୍ ରହି ରମଜାମ ମାସ ପାଳନ କରିଥିଲେ। ଚାନ୍ଦ ଦିଶିବା ପରେ ରୋଜା ଭାଙ୍ଗିଛନ୍ତି ମୁସଲିମ୍ ସଂପ୍ରଦାୟର ଲୋକେ।

୩୦ ଦିନ ପର୍ୟ୍ୟ୍ନ୍ତ ଆଲହାଙ୍କ ଇବାଦତ ତଥା ରୋଜା ଓ ଉପବାସ୍ କରିଥିବା ମୁସଲମାନର ସଂପ୍ରଦାୟର ଲୋକେ ଆସନ୍ତାକାଲି ଇଦ ଉତ୍ସବ ବଡ଼ ଧୁମଧାମର ସହିତ ପାଳନ କରିବେ। ସୂଚନାଯୋଗ୍ୟ, ଇଦ୍ ମୁସଲମାନ୍‌ଙ୍କର ଏକ ପବିତ୍ର ପର୍ବ। ପ୍ରାୟତଃ ରମ୍‌ଜାନର ଶେଷ ଦିନରେ ଏହି ଦିବସଟିକୁ ପାଳନ କରାଯାଏ। ପୃଥିବୀର ବିଭିନ୍ନ ଦେଶରେ ଏହି ପର୍ବ ବିଭିନ୍ନ ଦିନ ଏବଂ ସମୟରେ ପାଳିତ ହୋଇଥାଏ। ଏହି ଦିନ ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ଜଣାଇଥାନ୍ତି। ମୁସଲିମ୍ ସମ୍ପ୍ରଦାୟର ପୁରୁଷମାନେ ମସଜିଦ୍ ଯାଇ ନମାଜ ପାଠ କରିଥାନ୍ତି। ସମସ୍ତଙ୍କ ଘରେ ବିଭିନ୍ନ କିସମର ମିଠା ଖାଦ୍ୟ ତିଆରି କରଯାଇ ବନ୍ଧୁଙ୍କ ସମେତ ସମ୍ପର୍କୀୟ ଲୋକଙ୍କୁ ନିମନ୍ତ୍ରଣ କରାଯିବାର ବିଧି ରହିଛି।

ଛୋଟ ବଡ ସମସ୍ତେ ଗୁରୁଜନଙ୍କଠୁ ଆର୍ଶୀବାଦ ନିଅନ୍ତି। ମୁସଲିମ ସଂପ୍ରଦାୟର ଲୋକଙ୍କ ଘରେ ଅତିଥିଙ୍କ ଭିଡ଼ ଜମେ। ସବୁ ପରିବାର ଏକାଠି ହୋଇ ଇଦ୍ ପାଳନ କରନ୍ତି।

Leave A Reply

Your email address will not be published.