ଭୁବନେଶ୍ୱର,୦୫/୧୦ : ସାଧାରଣ ନିର୍ବାଚନ ପାଇଁ ପୂରା ଜୋରସୋରରେ ଲାଗି ପଡ଼ିଛି ରାଜ୍ୟ ବିଜେପି । ଓଡ଼ିଶାର ଲୋକମାନଙ୍କ ପାଖରେ କେନ୍ଦ୍ରୀୟ ଲୋକଭିମୁଖୀ ଯୋଜନାକୁ ପହଞ୍ଚାଇବା ପାଇଁ ଦଳୀୟ କର୍ମୀ ଲାଗି ପଡିଛନ୍ତି । ଓଡ଼ିଶାରେ ବିଜେପିର ନେତୃତ୍ୱକୁ ସ୍ୱିକାର କରିବା ପାଇଁ କେନ୍ଦ୍ରୀୟ ନେତାଙ୍କୁ ବାରମ୍ବାର ନେଇ ବୈଠକ ଅନୁଷ୍ଠିତ ହେଉଛି। ଆସନ୍ତାକାଲି ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ବସିବ । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଏହି ବୈଠକରେ ସାଂଗଠନିକ କାର୍ଯ୍ୟ, ଆଗାମୀ ନିର୍ବାଚନରେ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିବା ଏବଂ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କ ଅବଗତ କରାଯିବା ନେଇ ଆଲୋଚନା କରାଯିବ ।