ଆସନ୍ତାକାଲି ରିଜର୍ଭ ବ୍ୟାଙ୍କ ବୋର୍ଡର ମହତ୍ଵପୂର୍ଣ୍ଣ ବୈଠକ

0

ନୂଆଦିଲ୍ଲୀ,୧୮/୧୧: ଆସନ୍ତାକାଲି ରିଜର୍ଭ ବ୍ୟାଙ୍କ ବୋର୍ଡର ମହତ୍ଵପୂର୍ଣ୍ଣ ବୈଠକ ବସିବ। ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତାମୂଳକ ସ୍ଥିତି ଜାରି ରହିଛି। ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଉପରେ ଚାପ ପକାଇଛନ୍ତି। ଅଧିକାରୀ ଓ ବ୍ୟାଙ୍କ ବୋର୍ଡର ସଦସ୍ୟଙ୍କ ମୁତାବକ ସରକାର ଚାହୁଁଛନ୍ତି ଯେ ଆରବିଆଇର ବୋର୍ଡ ପ୍ରଭାବଶାଳୀ ଭୂମିକା ନିଭାଉ। ସରକାର ଦ୍ଵାରା ନାମିତ ବୋର୍ଡ ସଦସ୍ୟ ପଲିସିରେ ପରିବର୍ତ୍ତନ ପାଇଁ ବ୍ୟାଙ୍କ ଉପରେ ଚାପ ପକାଇପାରେ। ମାତ୍ର କିଛି ଅର୍ଥଶାସ୍ତ୍ରୀଙ୍କ କହିବା କଥା ଏଥିରେ ବ୍ୟାଙ୍କର ସ୍ଵାୟତତ୍ତା ଉପରେ ବିପଦ ସୃଷ୍ଟି ହୋଇପାରେ।
ବ୍ୟାଙ୍କର ବୋର୍ଡ ସଦସ୍ୟ ରାଇଟର୍ସ ସହିତ ଆଲୋଚନା ବେଳେ କହିଛନ୍ତି ଯେ ସୋମବାର ହେବାକୁ ଥିବା ବୋର୍ଡର ବୈଠକ ପରେ ଏହା ସ୍ପଷ୍ଟ ହୋଇଯିବ ଯେ ସରକାର ସହଜ ଲେଣ୍ଡିଙ୍ଗ ପଲିସି ଚାହୁଁଛନ୍ତି ନା ନାହିଁ। ସରକାର ଓ ଆରବିଆଇ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବାର ଖବର ଆସିବା ପରେ ଆସନ୍ତାକାଲି ବୋର୍ଡର ପ୍ରଥମ ବୈଠକ ହେବାକୁ ଯାଉଛି।

Leave A Reply

Your email address will not be published.