ଆସନ୍ତାକାଲି ସିଡନୀରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ

0

ସିଡନୀ,୨/୧: ଅଷ୍ଟ୍ରେଲିଆ ବିରୋଧରେ ଆସନ୍ତା କାଲି ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ପାଇଁ ବିସିସିଆଇ ୧୩ ଜଣିଆ ଭାରତୀୟ ଦଳର ନାମ ଘୋଷଣା କରିଛି। ତୃତୀୟ ଟେଷ୍ଟରେ ବାଦ ପଡ଼ିଥିବା ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍‌ କେ ଏଲ ରାହୁଲଙ୍କୁ ପୁଣି ଥରେ ସୁଯୋଗ ମିଳିଛି। ସେହିପରି ଆସନ୍ତା କାଲି ଟେଷ୍ଟ ପାଇଁ ଯେଉଁ ୧୩ ଜଣ ଖେଳାଳିଙ୍କୁ ବିସିସିଆଇ ସ୍ଥିର କରିଛି ସେଥିରେ ରୋହିତ ଶର୍ମାଙ୍କୁ ସ୍ଥାନିତ କରାଯାଇନାହିଁ। ନିଜ ନବଜାତ କନ୍ୟାସନ୍ତାନ ଓ ପତ୍ନୀଙ୍କୁ ଭେଟିବା ପାଇଁ ରୋହିତ ଶର୍ମା ମେଲବୋର୍ଣ୍ଣ ଟେଷ୍ଟ ପରେ ଭାରତ ଫେରି ଆସିଥିଲେ। ତେଣୁ ସେ ୪ର୍ଥ ଟେଷ୍ଟରୁ ବାଦ ପଡ଼ିଛନ୍ତି। ତେବେ ଅନ୍ୟତମ ଖେଳାଳି ଭାବେ ରବିଚନ୍ଦ୍ରନ ଅଶ୍ୱିନ ଯଦିଓ ୧୩ ଜଣିଆ ଦଳରେ ସ୍ଥାନ ପାଇଛନ୍ତି, ତଥାପି ତାଙ୍କ ଖେଳିବା ନେଇ ଅନିଶ୍ଚିତତା ଲାଗି ରହିଛି। ଆହତ ସମସ୍ୟାରେ ଯୁଝୁଥିବା ଅଶ୍ୱିନିଙ୍କ ଖେଳିବା ନେଇ ଆସନ୍ତାକାଲି ସକାଳେ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି।

ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଖେଳାଳି ହେଲେ : ବିରାଟ କୋହଲି( ଅଧିନାୟକ) ଅଜିଙ୍କ୍ୟ ରାହାନେ ( ଉପଅଧିନାୟକ),କେ ଏଲ ରାହୁଲ, ମୟଙ୍କ ଅଗ୍ରଓବାଲ, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ଋଷଭ ପନ୍ଥ,ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଦେଜା, କେ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ ଓ ଜସ୍‌ପ୍ରିତ ବୁମ୍‌ରା।

Leave A Reply

Your email address will not be published.