ଆସନ୍ତାକାଲି ୨ୟ ଟି-୨୦: ଭାରତ ଜିତିଲେ ପାକିସ୍ତାନ ରେକର୍ଡ ସହ ହେବ ସମକକ୍ଷ ହେବ

0

ନୂଆଦିଲ୍ଲୀ୨୬/୨: ପ୍ରଥମ ଟି-୨୦ରେ ପରାସ୍ତ ହୋଇଥିବା ଭାରତୀୟ ଟିମ ଆସନ୍ତାକାଲି ଅଷ୍ଟ୍ରେଲିଆକୁ ୨ୟ ମୁକାବିଲାରେ ଭେଟିବ। ଏହା ଶୃଙ୍ଖଳାର ଶେଷ ମୁକାବିଲା ହେବ। ଅର୍ଥାତ ଭାରତକୁ ଶୃଙ୍ଖଳା ବଂଚାଇବାକୁ ହେଲେ ଏହି ମ୍ୟାଚ ଜିତିବାକୁ ପଡିବ। ଯଦି ଅଷ୍ଟ୍ରେଲିଆ ଟିମ ଏହି ମ୍ୟାଚ ଜିତି ଯାଏ, ତା’ହେଲେ ଶୃଙ୍ଖଳା ନିଜାର ନାଁରେ କରିନେବ। ଭାରତରେ କେବେବି ଅଷ୍ଟ୍ରେଲିଆ ଟି-୨୦ ଶୃଙ୍ଖଳା ଜିତି ନାହିଁ। ଯଦି ୨ୟ ଟି-୨୦ ଜିତିଯାଏ, ଇତିହାସରେ ଅଷ୍ଟ୍ରେଲିଆକୁ ସ୍ଥାନ ମିଳିବ।

ଅନ୍ୟପକ୍ଷରେ କେବଳ ଅଷ୍ଟ୍ରେଲିଆ ନୁହେଁ, ବରଂ ଭାରତ ପାଖରେ ମଧ୍ୟ ଇତିହାସ ପୃଷ୍ଠାରେ ସ୍ଥାନ ପାଇବାର ସୁଯୋଗ ଆସିଛି। ଭାରତ ଏଯାଏଁ ୧୧ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଛି। ଯଦି ୨ୟ ଟି-୨୦ରେ ଜିତିଯିବ, ତା’ହେଲେ ପାକିସ୍ତାନ ସହିତ ସମକକ୍ଷ ହୋଇପାରିବ। ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦ଟି ମ୍ୟାଚ ଖେଳାଯାଇଛି। ଏଥିରୁ ୧୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୯ଟି ମ୍ୟାଚ ଖେଳାଯାଇଛି।

Leave A Reply

Your email address will not be published.