ଆସନ୍ତା ୧୩ ରୁ +୨ ପରୀକ୍ଷା ପାଇଁ ଫର୍ମ ପୂରଣ

0

ଭୁବନେଶ୍ୱର,୧୦/୧୨: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ ଅବଧି ସରିବା ପରେ ଛାତ୍ରଛାତ୍ରୀଙ୍କୁ ପାଇଁ ଶେଷ ସୁଯୋଗ ପ୍ରଦାନ କରିଛି। ଯୁକ୍ତ ଦୁଇ ଫର୍ମ ପୂରଣ ଅବଧିକୁ ବଢାଯାଇଛି। ସୂଚନାନୁସାରେ, ଆସନ୍ତା ୧୩ ରୁ ୧୫ ତାରିଖ ମଧ୍ୟରେ ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ କରାଯିବ। ରେଗୁଲାର ଏବଂ ଏକ୍ସ ରେଗୁଲାର ପିଲା ଏହି ଫର୍ମ ପୂରଣ କରିବେ। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଭୋକେସନାଲ ବିଷୟର ଫର୍ମ ପୂରଣ ହେବ। ଏହି ଫର୍ମ ପୂରଣ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଲେଖାଏଁ ଫି’ ଦାଖଲ କରିବାକୁ ପଡିବ। ୧୪ରୁ ୧୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ପରୀକ୍ଷା ଫି ଦାଖଲ କରିବେ ବୋଲି ସିଏଚଏସଇ ପକ୍ଷରୁ ଘୋଷଣା କରାଯାଇଛି । ଯୁକ୍ତ ୨ ପରୀକ୍ଷା ପାଇଁ ଡିସେମ୍ବର ୩ ତାରିଖ ପର୍ୟ୍ୟ ନ୍ତ ଫର୍ମ ପୂରଣ ଅବଧି ନିର୍ଦ୍ଦାରିତ ତାରିଖ ଥିଲା। ତେବେ ଛାତ୍ରଛାତ୍ରୀଙ୍କୁ ଫର୍ମ ପୂରଣ ପାଇଁ ଏହି ସୁଯୋଗ ଦିଆଯାଇଛି।

Leave A Reply

Your email address will not be published.