ନୂଆଦିଲ୍ଲୀ,୧୪/୧୨: ଫ୍ରାନ୍ସ ଯୁଦ୍ଧ ବିମାନ ରାଫେଲ ଡିଲ୍କୁ ନେଇ କୌଣସି ଅନିୟମିତତା କରାଯାଇ ନ ଥିବା ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ଏ ସମ୍ପର୍କିତ ପିଟିସନକୁ କୋର୍ଟ ପକ୍ଷରୁ ଖାରଜ କରାଯାଇଛି। ଏହାକୁ ନେଇ ଶୁକ୍ରବାର ଲୋକ ସଭାରେ ବିରୋଧି ହଙ୍ଗାମା କରିବାରୁ ଗୃହକୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ମୁଲତବି ରଖାଯାଇଛି। ଦ୍ୱିତୀୟ ଶନିବାର ଓ ରବିବାର ପଡୁଥିବାରୁ ଗୃହକାର୍ଯ୍ୟକୁ ରବିବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ତେଣୁ ସୋମବାର ଏହା ପୁଣି ଥରେ ବସିବ।