ଭୁବନେଶ୍ୱର,୨୭/୧: ଓଡ଼ିଶା ମୁହାଁ ଏବେ ଜାତୀୟ ସ୍ତରର ନେତା। ଆସନ୍ତା ୨୯ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସୁଥିବାବେଳେ ୩୧ ତାରିଖରେ ଆମ୍ ଆଦମୀ ପାର୍ଟୀର ଅଧ୍ୟକ୍ଷ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓଡ଼ିଶା ଆସିବେ । ଏ ନେଇ ରାଜ୍ୟ ଆପ୍ ଦଳର ଆବାହକ ଶଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତା ୩୧ ତାରିଖରେ ଅରବିନ୍ଦ କେଜ୍ରିୱାଲ ଓଡ଼ିଶା ଗସ୍ତରେ ଆସିବେ । ସେ ମଧ୍ୟାହ୍ନରେ ଭୁବନେଶ୍ୱରରେ ଆସି ପହଂଚିବେ । ଲୋୟର ପିଏମଜିରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ସେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟାଜିତ ହୋଇଥିବା ସାଧାରଣ ସଭାରେ ଯୋଗ ଦେବେ । ସନ୍ଧ୍ୟାରେ ସେ ବୁଦ୍ଧିଜୀବୀ ଓ ଦଳୀୟ କର୍ମୀଙ୍କ ସହ ସାକ୍ଷାତ କରିବା ସହ ଆଲୋଚନା କରିବେ ବୋଲି ଆମ ଆଦମୀ ପାର୍ଟିର ରାଜ୍ୟ ଆବାହକ ଶଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।