ଆସନ୍ତୁ ଜାଣିବା କେତେ ବର୍ଷ ପରେ ଧୋନି ପାଇଲେ ‘ମ୍ୟାନ୍ ଅଫ୍ ଦ ସିରିଜ୍’

0

ନୂଆଦିଲ୍ଲୀ,୧୯/୧: ଗତକାଲି ମେଲବର୍ଣ୍ଣରେ ଖେଳା ଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ୱିକେଟ୍ କିପର୍ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କ ପୁରୁଣା ଷ୍ଟାଇଲ୍‌ରେ ଖେଳିଥିଲେ ଓ ଟିମ୍‌କୁ ବିଜୟୀ କରାଇଥିଲେ।
ଧୋନିଙ୍କ ଅପରାଜିତ ୮୭ ରନ୍ ଓ କେଦାର ଯାଦବଙ୍କ ଅପରାଜିତ ୬୧ ରନ୍ ବଳରେ ଭାରତ ଶେଷ ମ୍ୟାଚ୍ ଜିତିବା ସହିତ ୨-୧ରେ ସିରିଜ୍ ଜିତିଥିଲା। ଆଉ ଏହା ସହିତ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଦ୍ୱିପାକ୍ଷିକ ସିରିଜ୍ ଜିତିଲା।

ଏହି ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବା ଧୋନିଙ୍କୁ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ଘୋଷଣା କରାଯାଇଥିଲା। ସେ ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ମୋଟ ୧୯୩ ରନ୍ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ସେ ୫୧ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ୫୫ ରନ୍ କରିଥିଲେ। ଗତକାଲି ସେ ୧୧୪ଟି ବଲ୍‌ରୁ ୬ଟି ଛକା ସହାୟତାରେ ୮୭ ରନ୍ କରି ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ।

୮ ବର୍ଷ ପରେ ଗତକାଲି ଧୋନି ପୁଣି ଥରେ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପୁରସ୍କାର ପାଇଥିଲେ। ଦିନିକିଆ ସିରିଜ୍‌ରେ ସେ ଶେଷଥର ପାଇଁ ୨୦୧୧ ମସିହାରେ ’ମ୍ୟାନ୍ ଅଫ୍ ଦ ସିରିଜ୍’ ପୁରସ୍କାର ପାଇଥିଲେ। ଦିନିକିଆରେ ଏଯାବତ୍ ଧୋନି ୭ଟି ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପୁରସ୍କାର ପାଇଛନ୍ତି।

Leave A Reply

Your email address will not be published.