ଆହ୍ଲାବାଦର ନାମ ହେବ ପ୍ରୟାଗରାଜ : ଗୃହମନ୍ତ୍ରାଳୟର ମଂଜୁରୀ

0

ନୂଆଦିଲ୍ଲୀ,୧/୧ : ଆହ୍ଲାବାଦର ନାଁ ପ୍ରୟାଗରାଜକୁ ବଦଳାଇବା ଲାଗି ଉତ୍ତରପ୍ରଦେଶ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ଗୃହମନ୍ତ୍ରାଳୟ ମଂଜୁରୀ ପ୍ରଦାନ କରିଛନ୍ତି । ଆଉ କିଛି ଦିନ ପରେ ଏହି ସହରରେ ପ୍ରସିଦ୍ଧ କୁମ୍ଭ ମେଳା ଆରମ୍ଭ ହେଉଥିବାରୁ, ତା ପୂର୍ବରୁ ଏହି ମଂଜୁରୀ ମିଳିଛି । ଏହା ଫଳରେ ସହରର ରେଳଷ୍ଟେସନ, ହାଇକୋର୍ଟ, ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ହେବାର ପଥ ପରିଷ୍କାର ହୋଇଯାଇଛି ।

ଏହି ନାଁ ପରିବର୍ତ୍ତନ ପାଇଁ ଗତ ଅକ୍ଟୋବର ମାସରେ ଯୋଗୀ ସରକାର ନିଷ୍ପତ୍ତି ନେଇଥିଲେ । ଏହା ପରେ ଉତ୍ତର ପ୍ରଦେଶ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଥିଲା । ଉଲ୍ଲେଖଯୋଗ୍ୟ, ନାଁ ପରିବର୍ତ୍ତନ ଘୋଷଣା କରି ଯୋଗୀ ଆଦିତ୍ୟନାଥ କହିଥିଲେ କି ପବିତ୍ର ଗଙ୍ଗା , ଯମୁନା ନଦୀ ଓ ପୌରାଣିକ ସରସ୍ବତୀ ନଦୀର ସଂଗମସ୍ଥଳ ହୋଇଥିବାରୁ ଏହା ସବୁ ପ୍ରୟାଗର ରାଜ ହୋଇଥିବା ହେତୁ ଆହ୍ଲାବାଦ ନାମ ପ୍ରୟାଗରାଜ ଦିଆଯିବ। ସେହିପରି ଦେଶରେ ୧୪ଟି ସ୍ଥାନର ନାଁ ପ୍ରୟାଗ ରହିଥିବାରୁ ଓ ଆହ୍ଲାବାଦ କ୍ଷେତ୍ରଟି ଏମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥିବାରୁ ଏହାର ନାଁ ପ୍ରୟାଗରାଜ ରଖାଯାଇଛି ।

Leave A Reply

Your email address will not be published.