ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ପ୍ରସ୍ତାବ

0

ଭୁବନେଶ୍ୱର,୪/୬ : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ଓଡିଶା ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ମଙ୍ଗଳବାର ଆୟୁଷ୍ମାନ ଭାରତର ସିଇଓ ମୁଖ୍ୟ ଶାସନ ସଚିବଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି । ଆୟୁଷ୍ମାନ ଭାରତର ସିଇଓ ଇନ୍ଦୁଭୂଷଣ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି । ପୂର୍ବରୁ କେନ୍ଦ୍ର ପକ୍ଷରୁ ଏ ନେଇ ଓଡିଶା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଓଡିଶା ସରକାର ଏହାକୁ ପ୍ରତ୍ୟାଖାନ କରିଦେଇଥିଲେ।

କେନ୍ଦ୍ରର ଏହି ଯୋଜନାରେ ୨୫ଟି ରାଜ୍ୟ ସାମିଲ ହୋଇଥିଲେ । ଓଡିଶା ସମେତ ୫ଟି ରାଜ୍ୟ ଏହି ଯୋଜନାରେ ସାମିଲ ହେବାକୁ ମନା କରିଦେଇଥିଲେ । ସୋମବାର ଦିନ ଡ. ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ପ୍ରତିଟି ଲୋକ କିଭଳି ସାମିଲ ହୋଇପାରିବେ ତାହା ତାଙ୍କର ପ୍ରାଥମିକତା ରହିବ।

ବର୍ତ୍ତମାନ ଯାଏଁ ଏହି ଯୋଜନାରେ ୨୭ ଲକ୍ଷ ଲୋକ ଲାଭ ପାଇଥିବାବେଳେ ୩ କୋଟି ୪୫ ଲକ୍ଷ ଇ କାର୍ଡ ଜାରି କରାଯାଇଛି । ଏଠାରେ ସୂଚନା ଥାଉ କି ୨୦୧୮ ମସିହା ସେପ୍ଟେମ୍ବର ୨୩ ତାରିଖରେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିଲେ । ଦିଲ୍ଲୀ,ଓଡିଶା,ତେଲେଙ୍ଗାନା ଏହି ଯୋଜନାରେ ସାମିଲ ହୋଇନଥିଲେ।

Leave A Reply

Your email address will not be published.