ଇଂରେଜଙ୍କ ନୀୟମ ପାଳୁଛନ୍ତି ଭାରତୀୟ

0

ଭାରତ ଏବେ ପାଳୁଛି ନିଜର ୭୨ତମ ସ୍ୱାଧିନତା ଦିବସ । ବହୁ ବୀର ପୁରୁଷଙ୍କ ବଳିଦାନରେ ଭାରତ ଆଜି ସ୍ୱାଧିନତାର ସ୍ୱାଦକୁ ଚାଖିପାରିଛି । କିନ୍ତୁ ଭାରତରେ ଏକରି ଏକ ଜାଗା ଅଛି ଯେଉଁଠାରେ ଏବେ ବି ଇଂରେଜମାନଙ୍କ ନୀୟମକୁ ମାନୁଛନ୍ତି ଲୋକେ ।
ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲା ଭର୍ଥନା । ଭର୍ଥନା ରେଳଷ୍ଟେସନରେ ଆଜିମଧ୍ୟ ଇଂରେଜଙ୍କ ନୀୟମ ଅନୁସାରେ ରେଳ ବଗିଗୁଡିକୁ ସୁରକ୍ଷା ଦିଆଯାଉଛି । ବଗି ଗୁଡ଼ିକର ସୁରକ୍ଷା ପାଇଁ ଭର୍ଥନା ରେଳଷ୍ଟେସନ୍‌ରେ ଜଣେ ମର୍କଚାରୀ ମୃତୟନ ଅଛନ୍ତି ଯେ ଇଂରେଜମାନଙ୍କ ପରି ବଗିମାନଙ୍କରେ ଜଞ୍ଜିର ଲଗାଇ ତାଲା ପକାନ୍ତି ।
ଇଂରେଜ ଶାସନକାଳରେ ଯେଉଁ ରେଳ ଷ୍ଟେସନରେ ଗୋଟିଏ ଦିନ ପାଇଁ ରୁହେ ସେହି ରେଳର ସୁରକ୍ଷା ପାଇଁ ତା’ର ଗୋଟିଏ ଚକାରେ ଜଞ୍ଜିର ଗୁଡ଼ାଇ ତାଲା ଦିଆଯାଏ ।
ସମୟ ସହିତ ସବୁ ରେଳଷ୍ଟେସନ୍‌ର ସବୁ ନୀୟମମାନ ବଦଳିଥିଲେ ମଧ୍ୟ ଭର୍ଥନା ରେଳଷ୍ଟେସନ ନୀୟବ ଏପର୍ଯ୍ୟନ୍ତ ବଦଳିପାରି ନାହିଁ ।
ଭର୍ଥନା ରେଳଷ୍ଟେସନର ଅଧ୍ୟକ୍ଷ ଏମ୍‌ପି ସିଂହ ପୂର୍ବରୁ ଚାଲି ଆସୁଥିବା ନୀୟମକୁ ବଦଳାଇବାକୁ ଚାହୁଁଥିଲେ ମଧ୍ୟ ସେ ଏକାମ କରିପାରୁ ନାହାନ୍ତି । ଏମ୍‌ପି ସିଂହଙ୍କ କହିବା ଅନୁସାରେ ରେଳବାଇ ବୋର୍ଡ଼ରୁ ଏନେଇ କୌଣସି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏ ନୀତିକୁ କେହି ବଦଳାଇପାରିବେ ନାହିଁ । ଯଦି ଏ ନୀତି ପରିବର୍ତ୍ତନ ପାଇଁ ରେଳବାଇ ବୋର୍ଡ଼ନିଷ୍ପତି ନିଏ ତେବେ ଆମେ ଏହାକୁ ସଆଦରେ ଗ୍ରହଣ କରିବୁ ବୋଲି କହିଛନ୍ତି ଭର୍ଥନା ରେଳ ଅଧ୍ୟକ୍ଷ ।

Leave A Reply

Your email address will not be published.