ଇଣ୍ଡୋନେସିଆ ସୁନାମୀ ମୃତୁ୍ୟ ସଂଖ୍ୟା ୧୬୮ ଟପିଲା

0

ନୂଆଦିଲ୍ଲୀ, ୨୩/୧୨: ଶନିବାର ରାତି ଇଣ୍ଡୋନେଶିଆରେ ସୁନାମୀ ବିଧ୍ୱଂସ ଲୀଳାରେ ୧୬୮ ଲୋକଙ୍କ ମୃତୁ୍ୟ ହୋଇଥିବା ପ୍ରାୟ ୬୦୦ରୁ ଅଧିକ ଆହତ ହୋଇଥିବା ଆକଳନ କରାଯାଇଛି । ଏଥିରେ ବହୁ ଘର ମାଟିରେ ମିଶିଯାଇଛି । ପୈନଦେଙ୍ଗଲୈଙ୍ଗ, ସେରାଙ୍ଗ, ଏବଂ ଦକ୍ଷିଣ ଲାମ୍ପୁଙ୍ଗର ଅଂଚଳରେ ପ୍ରବଳ କ୍ଷୟକ୍ଷତି ଘଟିଛି । ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ସଂସ୍ଥା ‘ସୁତୋପୋ ପୁରଓ ନୁଗରୋହୋ’ ମୁଖପାତ୍ର କହିଛନ୍ତି, ଭୂÕଳନଯୋଗୁଁ ଏହି ସୁନାମୀ ଦେଖାଯାଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ସମୟ ଶନିବାର ରାତି ୯ଟା ୩୦ରେ ଏହି ସୁନାମୀ ଦେଖାଯାଇଥିଲା । ସୁନାମୀ ଦକ୍ଷିଣ ସୁମାତ୍ରା ଏବଂ ପଶ୍ଚିମ ଜାଭା ମଧ୍ୟରେ ସ୍ଥାନୀୟ ସମୟ ୯ଟା ୩୦ରେ ଦେଖାଯାଇଛି । ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ସୁନାମୀ ସମୟରେ ସମୁଦ୍ରର ଢେଉ ୧୫ରୁ ୨୦ ମିଟର ଉଚ୍ଚ ଥିଲା । ଅଧିକାରୀଙ୍କ କହିବାନୁସାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ।

Leave A Reply

Your email address will not be published.