ଇତିହାସରେ ନୂତନ ବର୍ଷ

0

ନବବର୍ଷ ପାଳନ କରିବା ପରମ୍ପରା ଖୁବ୍‌ ପୁରୁଣା । ଆଜିକୁ ୪ହଜାରବର୍ଷ ତଳେ ପ୍ରାଚୀନ ବେବିଲୋନ୍‌ ସଭ୍ୟତାର ଲୋକେ ପ୍ରଥମଥର ପାଇଁ ନୂଆବର୍ଷ ପାଳନ କରିଥିବାର ବିଶ୍ୱାସ ରହିଛି । ନବବର୍ଷ ପାଳନ କରିବା ପାଇଁ ବସନ୍ତ ଋତୁ ହିଁ ଉକୃଷ୍ଟ ସମୟ ବୋଲି ବେବିଲୋନ୍‌ ସଭ୍ୟତାର ଲୋକଙ୍କ ମତ । ବସନ୍ତ ଋତୁ ହେଉଛି ପ୍ରେମ, ପୁନର୍ଜନ୍ମ ତଥା ନୂଆ ଫସଲ ଉପିନ୍ନ ପାଇଁ ଉପଯୁକ୍ତ ସମୟ । ପ୍ରାଚୀନ ବେବିଲୋନ୍‌ ସଭ୍ୟତାର ଲୋକେ ୧୧ଦିନ ଧରି ନୂଆବର୍ଷ ପାଳନ କରୁଥିଲେ । ଏହି ୧୧ଦିନର ଉସିବରେ ନାଚ, ଗୀତ ସହ ଅନ୍ୟାନ୍ୟ ବହୁ ବ୍ୟବସ୍ଥାର ଆୟୋଜନ କରାଯାଇଥାଏ । ସେହିଭଳି ରୋମାନ୍‌ମାନେ ମାର୍ଚ୍ଚ ମାସରେ ନୂଆବର୍ଷ ପାଳନ କରିଥାନ୍ତି । ଅବଶ୍ୟ ବହୁ ସମ୍ରାଟଙ୍କ ଦ୍ୱାରା ସେମାନଙ୍କ କ୍ୟାଲେଣ୍ଡରରେ ବହୁ ପରିବର୍ତ୍ତନ ଅଣାଯାଇଥିବାରୁ ନୂଆବର୍ଷ ପାଳନ ପାଇଁ ତାଙ୍କର କୋðଣସି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିପାରିନଥିଲେ । ପରେ ପ୍ରଥମ ଶତାଦ୍ଦୀରେ ରୋମ୍‌ବାସୀ ନୂଆବର୍ଷ ପାଳନ ପରମ୍ପରା ଜାରି ରଖିଥିଲେ । ସେହିଭଳି ପ୍ରାୟ ୪୦୦ବର୍ଷ ତଳୁ ପାଶ୍ଚାତ୍ୟ ଦେଶରେ ଜାନୁଆରୀ ୧ ତାରିଖଟିକୁ ନୂଆବର୍ଷ ପାଳନ କରିବା ପରମ୍ପରା ଭାବେ ଆରମ୍ଭ କରାଯାଇଛି । ଏ ଅବସରରେ ଲୋକେ ଆତସବାଜି ଫୁଲ ତଥା ବିଭିନ୍ନ ଉପହାର ତଥା ଶୁଭେଚ୍ଛା ବାର୍ତ୍ତା ଦେଇ ପରସ୍ପରକୁ ନବବର୍ଷର ଅଭିନନ୍ଦନ ଜଣାଇ ନିଜର ନୂଆବର୍ଷର ପ୍ରଥମଦିନଟିକୁ ଆରମ୍ଭ କରିଥାନ୍ତି ।

Leave A Reply

Your email address will not be published.