ଇତିହାସ ରଚିଲା ଇସ୍ରୋ, ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ

0

ବେଙ୍ଗାଲୁରୁ,୨୨/୭: ଭାରତୀୟ ମହାକାଶ ଇତିହାସରେ ଯୋଡ଼ି ହୋଇଗଲା ଆଉ ଏକ ସଫଳତାର ଫର୍ଦ୍ଦ। ଭାରତର ମହତ୍ଵାକାଂକ୍ଷୀ ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରଯାନ-୨ର ପରୀକ୍ଷଣ ସଫଳ ହୋଇଛି। ଆଜି ଅପରାହ୍ନ ୨ଟା ୪୩ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଇସ୍ରୋର ସବୁଠୁ ଓଜନଦାର ରକେଟ୍ ଜିୟୋସିଙ୍କ୍ରୋନସ ସାଟେଲାଇଟ୍ ଲଞ୍ଚ ହ୍ଵିକିଲ-ମାର୍କ ୩(ଜିଏସଏଲଭି-ଏମକେ୩) ଯାନ ଲ୍ୟାଣ୍ଡର(ବିକ୍ରମ) ଓ ରୋଭର(ପ୍ରଜ୍ଞାନ)କୁ ନେଇ ଉତକ୍ଷେପଣ ହୋଇଛି। ଚନ୍ଦ୍ରଯାନ-୨ ୪୮ ଦିନ ପରେ ଚନ୍ଦ୍ରର ଭୂପୃଷ୍ଠରେ ଅବତରଣ କରିବ। ଉତକ୍ଷେପଣ ପରେ ପ୍ରଥମ ପର୍ଯ୍ୟାୟ ସଫଳ ହୋଇଛି। ୧୬ ମିନିଟ୍ ପରେ ଚନ୍ଦ୍ରଯାନକୁ ପୃଥିବୀର କକ୍ଷରେ ଅବସ୍ଥାପିତ କରାଯାଇଛି। ଏହାପରେ ଚନ୍ଦ୍ରଯାନ-୨ ରକେଟରୁ ଅଲଗା ହୋଇଛି। ଏହାକୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଯିବ। ରବିବାର ସନ୍ଧ୍ୟା ୬ଟା ୪୩ ମିନିଟରେ ଏହାର ଓଲଟା ଗଣତି ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଚନ୍ଦ୍ରଯାନ-୨ର ଲଞ୍ଚ ଭେଇକିଲର ରିହର୍ସଲ ପୂରା କରାଯାଇଥିଲା। ଚନ୍ଦ୍ରଯାନ ୨ ଆଗାମୀ ଦିନରେ ୧୫ ମହତ୍ଵପୂର୍ଣ୍ଣ କାମ କରିବ। ଏହା ପୂର୍ବରୁ ଜୁଲାଇ ୧୫ରେ ବୈଷେୟିକ ତ୍ରୁଟି କାରଣରୁ ଉତକ୍ଷେପଣର ଅନ୍ତିମ ସମୟରେ ମିଶନକୁ ସ୍ଥଗିତ ରଖାଯାଇଥିଲା।

ଚନ୍ଦ୍ରଯାନ-୨ର ପ୍ରକ୍ଷେପଣ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ପ୍ରକ୍ଷେପଣ କେନ୍ଦ୍ରରୁ କରାଯିବ। ଅଭିଯାନର ସଫଳତା ସହିତ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବାରେ ଭାରତ ଚତୁର୍ଥ ଦେଶରେ ପରିଣତ ହେବ। ଏହା ପୂର୍ବରୁ ଆମେରିକା, ଚୀନ ଓ ରୁଷ ନିଜର ଯାନ ଚନ୍ଦ୍ର ପୃଷ୍ଠରେ ପାଦ ଦେଇ ସାରିଛି। ଭାରତ ୨୦୦୮ରେ ଚନ୍ଦ୍ରଯାନ-୧ ପ୍ରେରଣ କରିଥିଲା, ଯାହା ୧୦ ମାସ ପର୍ଯ୍ୟଅନ୍ତ ଚନ୍ଦ୍ରର ପରିକ୍ରମା କରି ଇସ୍ରୋର ଅଭିଯାନକୁ ସଫଳ କରିଥିଲା। ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ କରିବାର ଶ୍ରେୟ ଏହି ଅଭିଯାନକୁ ଦିଆଯାଏ। ଇସ୍ରୋର ପ୍ରମୁଖ ଡ. କେ.ଶିବମ କହିଛନ୍ତି ଯେ, କ୍ରାୟୋଜୋନିକ ଇଞ୍ଜିନରେ ଥିବା ତ୍ରୁଟିର ସମାଧାନ ପରେ ପୁଣି ଥରେ ଚନ୍ଦ୍ରଯାନ-୨ର ଉତକ୍ଷେପଣ ସଂପୂର୍ଣ୍ଣ ପ୍ରସ୍ତୁତ।

ତିରୁମାଲାରେ ଶନିବାର ଭଗବାନ ଭେଙ୍କଟେଶ୍ଵରଙ୍କ ପୂଜାର୍ଚ୍ଚନା କରିବା ପରେ ଇସ୍ରୋ ଅଧ୍ୟକ୍ଷ ଶିବମ କହିଛନ୍ତି ଯେ, ଚନ୍ଦ୍ରଯାନ-୨ ପ୍ରଯୁକ୍ତିବିଦ୍ୟାରେ ଆଉ ଏକ ମାଇଲଖୁଣ୍ଟ ହେବ କାରଣ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ନିକଟରେ ଯାନକୁ ଅବତରଣ କରାଇବାକୁ ପ୍ରୟାସ କରାଯିବ। ଏହି ସମୟରେ ଅବତରଣ କରାଇବା ଜଟିଳ ହୋଇଥାଏ। ଅବତରଣ ସମୟରେ ୧୫ ମିନିଟ୍ ବହୁତ ମୁସ୍କିଲ ରହିବ। ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଚନ୍ଦ୍ରଯାନ-୨ ୧୩ଟି ପେଲୋଡ ନେଇ ମହାକାଶକୁ ଯିବ। ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଦୂରତା ପ୍ରାୟ ୩ ଲକ୍ଷ ୮୪ ହଜାର କିମି ରହିଛି। ଉତକ୍ଷେପଣ ପରେ ଚନ୍ଦ୍ରଯାନ-୨ ଚନ୍ଦ୍ର ଅଭିମୁଖେ ଲମ୍ବା ଯାତ୍ରା ଆରମ୍ଭ କରିବ। ଚନ୍ଦ୍ରଯାନ-୨ ଲ୍ୟାଣ୍ଡର-ବିକ୍ରମ ଏବଂ ରୋଭର- ପ୍ରଜ୍ଞାକୁ ଚନ୍ଦ୍ର ପର୍ୟ୍ୟେନ୍ତ ନେଇକି ଯିବ।

ଚନ୍ଦ୍ରର ଭୂପୃଷ୍ଠରେ ଓହ୍ଲାଇବାର ୪ ଦିନ ପୂର୍ବରୁ ଲ୍ୟାଣ୍ଡର-ବିକ୍ରମ ଅବତରଣ କରିବାକୁ ଥିବା ଜାଗାର ନୀରିକ୍ଷଣ କରିବା ଆରମ୍ଭ କରିବ। ଏହା ପରେ ବିକ୍ରମ ଭୂପୃଷ୍ଠର ନିକଟତର ହେବ। ଏହା ସହିତ ଅବତରଣ ହେବାକୁ ଥିବା ସ୍ଥାନର ସ୍କାନିଂ ଆରମ୍ଭ ହୋଇଯିବ ଏବଂ ସେପ୍ଟେମ୍ବର ୬-୮ ମଧ୍ୟରେ ତଳକୁ ଓହ୍ଲାଇବାର ପ୍ରକ୍ରିୟା ଆରମ୍ଭ ହେବ। ଅବତରଣ ପରେ ବିକ୍ରମର ଦ୍ଵାରା ଖୋଲିବ ଏବଂ ରୋଭର-ପ୍ରଜ୍ଞାକୁ ବାହାରକୁ ରିଲିଜ୍ କରିବ। ରୋଭରକୁ ବାହାରିବାରେ ପ୍ରାୟ ୪ ଘଣ୍ଟାର ସମୟ ଲାଗିବ। ଏହା ପରେ ବୈଜ୍ଞାନିକ ପରୀକ୍ଷଣ ପାଇଁ ଚନ୍ଦ୍ରର ଭୂପୃଷ୍ଠରେ ଆଗକୁ ବଢିଯିବ। ଏହାର ୧୫ ମିନିଟ୍ ଭିତରେ ଇସ୍ରୋକୁ ଲ୍ୟାଣ୍ଡିଂର ଫଟୋ ମିଳିବା ଆରମ୍ଭ ହୋଇଯିବ।

ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଚନ୍ଦ୍ରଯାନ-୨ରେ ମୋଟ୍ ୧୩ଟି ପେଲୋଡ୍ ରହିଛି। ଆଠ ଅର୍ବିଟରରେ, ୩ ଲ୍ୟାଣ୍ଡର-ବିକ୍ରମରେ ଏବଂ ଦୁଇଟି ପେଲୋଡ ରୋଭର-ପ୍ରଜ୍ଞାନରେ ରହିଛି। ପାଞ୍ଚଟି ପେଲୋଡ ଭାରତର, ତିନୋଟି ୟୁରୋପର, ଦୁଇଟି ଆମେରିକାର ଏବଂ ଗୋଟିଏ ବୁଲଗେରିଆର ରହିଛି। ଉତକ୍ଷେପଣର ପ୍ରାୟ ୧୫ ମିନିଟ୍ ପରେ ଜିଏସଏଲଭି-ଏମକେ ୩ ଚନ୍ଦ୍ରଯାନ-୨କୁ ପୃଥିବୀର କକ୍ଷରେ ସ୍ଥାପିତ କରିବ। ଲ୍ୟାଣ୍ଡର ବିକ୍ରମର ନାମ ଭାରତୀୟ ମହାକାଶ ଗବେଷଣକାରୀ କାର୍ଯ୍ୟକ୍ରମର ଜନକ ଡ. ବିକ୍ରମ ଏ ସାରାଭାଇଙ୍କ ନାମରେ ନାମିତ କରାଯାଇଛି। ଦ୍ଵିତୀୟଃ ୨୭ କିଲୋଗ୍ରାମ ଓଜନର ‘ପ୍ରଜ୍ଞାନ’ ର ଅର୍ଥ ବୁଦ୍ଧିମତା। ଇସ୍ରୋ ଚନ୍ଦ୍ରଯାନ-୨କୁ ଚନ୍ଦ୍ର ଦକ୍ଷିଣ ମେରୁରରେ ଅବତରଣ କରାଇବ।

Leave A Reply

Your email address will not be published.