ରାଜକୋଟ୍, ୬/୧୦: ଭାରତ-େୱଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ବୃହତ୍ ବ୍ୟବଧାନରେ ଇଣ୍ଡିଜ୍କୁ ହରାଇଛି । ମ୍ୟାଟ୍ଟି ତୃତୀୟ ଦିନରେ ହିଁ ଶେଷ ହୋଇଛି । ଇଣ୍ଡିଜ୍ ଏକ ଇନିଂସ୍ ଓ ୨୭୨ ରନ୍ରେ ପରାଜୟ ବରଣ କରିଛି । ଫଳରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଭାରତ ଅଗ୍ରଣୀ ହୋଇଛି । ୪୬୮ ରନ ପଛରେ ଥାଇ ଫଲୋଅନର ସମ୍ମୁଖୀନ ହୋଇଥିବା େୱଷ୍ଟଇଣ୍ଡିଜ ଦ୍ୱିତୀୟ ପାଳିରେ ମଧ୍ୟ ଦୟନୀୟ ବ୍ୟାଟିଂ କରି ୧୯୬ ରନରେ ଅଲଆଉଟ୍ ହୋଇଛି । ଦ୍ୱିତୀୟ ପାଳିରେ ଭ୍ରମଣକାରୀ ଦଳକୁ ଘାଇଲା କରିଦେଇଛନ୍ତି କୁଲ୍ଦୀପ ଯାଦବ । ଯାଦବ ୫ ୱିକେଟ ହାସଲ କରିଛନ୍ତି । ଭାରତ ପ୍ରଥମ ପାଳିରେ ୯ ୱିକେଟ୍ ହରାଇ ୬୪୯ ରନରେ ପାଳି ଘୋଷଣା କରିଥିଲା । ଜବାବରେ ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ୧୮୧ ଓ ଦ୍ୱିତୀୟ ପାଳିରେ ୧୯୬ ରନରେ ଅଲଆଉଟ୍ ହୋଇଯାଇଛି ।