ଇନ୍ଦିରା ଗାନ୍ଧୀଙ୍କ ୧୦୧ ତମ ଜନ୍ମ ବାର୍ଷିକୀ : ଶକ୍ତିସ୍ଥଳରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୯/୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୧ ତମ ଜନ୍ମ ବାର୍ଷିକୀ ଅବସରରେ ଶକ୍ତିସ୍ଥଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୧୯୧୭ ନଭେମ୍ବର ୧୯ରେ ଇନ୍ଦିରା ଗାନ୍ଧୀ ଆହ୍ଲାବାଦ୍‌ରେ ଜନ୍ମଗ୍ରହଣ କରିଥିଲେ। ପିତା ଜବାହର ଲାଲ୍‌ ନେହେରୁ ଏବଂ ମାତା କମଳା ନେହେରୁ ଇନ୍ଦିରାଙ୍କୁ ଅତି ସ୍ନେହ କରୁଥିଲେ। ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ୧୯୬୭ ସାଧାରଣ ନିର୍ବାଚନ ପରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ନିଜର ପ୍ରକୃତ ପରିଚୟ ଦେଇଥିଲେ। ୧୯୮୪ ଅକ୍ଟୋବର ୩୧ରେ ଦେହରକ୍ଷୀଙ୍କ ଗୁଳିରେ ଇନ୍ଦିରାଙ୍କ ମୃତ୍ୟୁ ଘଟିଥିଲା।