ଇରାନରେ ଭୂକମ୍ପ, ୧୭୦ ଆହାତ

0

ଇରାନ, ୨୬/୧୧ : ଇରାନର ଇରାକକୁ ଲାଗିଥିବା ପଶ୍ଚିମ ସୀମା ନିକଟରେ ରବିବାର ମଧ୍ୟରାତ୍ରିରେ ତୀବ୍ର ଭୂମିକମ୍ପ ଦେଖାଦେଇଛି । ଏଥିରେ ପାଖା ପାଖି ୧୭୦ ଜଣ ଆହାତ ହୋଇଥିବା ସୁଚନା ମିଳିଛି । ଇରାନର ଜରୁରୀକାଳିନ ସେବାର ମୁଖ୍ୟ ହୁସେନ କୋଲିବନ୍ଦ ଗଣମାଧ୍ୟମକୁ ଏହି ସୁଚନା ଦେଇଛନ୍ତି । କେରମନଶାହ ରାଜ୍ୟର ସରପୋଲ-ଏ-ଜହାବ ଅଞ୍ଚଳରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ଆମେରିକୀୟ ଭୁଗର୍ଭ ସର୍ବେକ୍ଷଣ ଅନୁସାରେ ୬.୩ ଥିଲା ।
ଏହି ଭୂମିକମ୍ପ ଗମ୍ଭୀର କ୍ଷୟକ୍ଷତିର କାରଣ ହୋଇପାରେ ବୋଲି କୁହାଯାଉଛି । ଏହାର ପ୍ରଭାବ ଇରାକର ରାଜଧାନୀ ବଗଦାଦ ପର୍ଯ୍ୟନ୍ତ ଅନୁଭୂତ ହୋଇଛି ଛ ଏହା ବ୍ୟତିତ ଇରାନର ୭ ଟି ରାଜ୍ୟରେ ଏହି ଭୂମିକମ୍ପ ଅନୁଭୂତ କରାଯାଇଛି । ତେବେ ସ୍ଥାନୀୟ ପ୍ରଶାସନ ତରଫରୁ ୬ ଟି ଉଦ୍ଧାରକାରୀ ଦଳକୁ ଭୂମିକମ୍ପ ସ୍ଥଳକୁ ପଠାଯାଇଛି । ସୂଚନା ଯୋଗ୍ୟ ଯେ, ଏଠାରେ ୨୦୧୭ ମସିହାରେ ହୋଇଥିବା ଭୂମିକମ୍ପରେ ୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.