ଫିଲ୍ମ ‘ରେହେନା ହୈ ତେରେ ଦିଲ୍ ମେଁ’ରେ ନିଜର ଆକଫିଂ କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା । ୨୦୦୧ ମସିହାରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିବା ଦିଆ ବର୍ଷ ୨୦୦୦ରେ ଫେମିନା ମିସ୍ ଇଣ୍ଡିଆ ହୋଇଥିଲେ । ଦିଆଙ୍କ ସୌନ୍ଦର୍ଯ୍ୟର ଦିୱାନା ତ ଅନେକ କିନ୍ତୁ ଦିଆ ଅଭିନୟ ଜଗତରେ ସେତେ ସଫଳ ହୋଇ ପାରିଲେ ନାହିଁ। କେବଳ ଅଭିନୟ ନୁହେଁ ଦିଆ ନିଜ ସମାଜ କଲ୍ୟାଣ କାର୍ଯ୍ୟକଳାପ ପାଇଁ ବେଶ୍ ଜଣାଶୁଣା । ବଲିଉଡ୍ର ଅନେକ କଳାକାର ଏବେ େୱବ୍ ସିରିଜ୍ରେ କାମ କରୁଥିବାବେଳେ ଦିଆ ଏଥିରୁ ବାଦ୍ ପଡ଼ିବେ ବା କେମିତି! ଭାରତ-ପାକିସ୍ତାନ ଭିତରେ ଥିବା ତିକ୍ତପୁର୍ଣ୍ଣ ସମ୍ପର୍କକୁ ନେଇ ତିଆରି କରାଯାଉଛି ଏକ େୱବ୍ ସିରିଜ୍ ଯାହାର ନାଁ’ ରହିଛି ‘କାଫିର’ । ଏହି ସିରିଜ୍ର ନିର୍ଦ୍ଦେଶନା କାର୍ଯ୍ୟ ତୁଲାଉଛନ୍ତି ସୋନମ ନାୟର । ବଲିଉଡ୍ ସୁନ୍ଦରୀ ଦିଆ ମିର୍ଜର୍ା ଓ ‘ଉରୀ’ ଫିଲ୍ମ ଆକଫର ମୋହିତ ରୈନା ଏହି େୱବ୍ ସିରିଜ୍ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହାର ଶୁଟିଂ ସାଙ୍ଗଲାର ସୁନ୍ଦର ପ୍ରକୃତିରେ କରାଯାଉଛି । ସାଙ୍ଗଲା ଓ ରିକାଙ୍ଗନିଓ ପ୍ରାକୃତି ସୌନ୍ଦର୍ଯ୍ୟରେ ଭରା ଯାହା ଫଳରେ ଏଠାରେ ଅନେକ ଫିଲ୍ମର ଶୁଟିଂ କରାଯାଉଛି । ତେବେ କିନ୍ନରମାନଙ୍କ ପ୍ରମୁଖ ପର୍ଯ୍ୟଟନ ସ୍ଥଳଭାବେ ଜଣା ଯାଉଥିବା ସାଙ୍ଗଲା, ବଟସେରୀ, କାନୁରୋ ଆଦି ଜଗାରେ େୱବ୍ ସିରିଜ୍ର ପୁରା ୟୁନିଟି ଶୁଟିଂ ପାଇଁ ଏଠାରେ ୫ ଦିନ ଧରି ରହିଥିଲେ । ଆଗାମୀ ଦିନରେ ଶୁଟିଂ ଟିମ୍ ରୋଘୀ, ଚିନି ମାର୍କେଟ ଓ ରିକାଙ୍ଗାପିଓରେ ଶୁଟିଂ କରିବାର ଯୋଜନା କରାଯାଇଛି । ସିରିଜ୍ର କାହାଣୀ ଅନୁସାରେ ଦିଆ କୌଣସି କାରଣରୁ ଆତ୍ମହତ୍ୟା କରିବା ପାଇଁ ଇଲମ ନଦୀକୁ ଡେଇଁପଡ଼ିଲେ ଓ ଏହି ସମୟରେ ଭାରତୀୟ ଯବାନ୍ ତାଙ୍କୁ ରକ୍ଷା କଲେ ଯାହା ଥିଲା ସିରିଜ୍ର ଏକ ସିନ୍ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଠାରେ ଶୁଟିଂ ଚାଲିବାର ଯୋଜନା କରାଯାଇଥିବା କଥା କହିଛନ୍ତି ସିରିଜ୍ର ନିର୍ଦ୍ଦେଶୀକା ସୋନମ ।