ଉଦୟପୁର, ୮/୧୨: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ। ଇଶାଙ୍କ ବିବାହ ଆନନ୍ଦ ପିରାମଲଙ୍କ ସହ ଆସନ୍ତା ଡିସେମ୍ବର ୧୨ ତାରିଖରେ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ହେବ। ତା’ପୂର୍ବରୁ ଆରମ୍ଭ ହୋଇଯାଇଛି ବିବାହ ପୂର୍ବ ଉତ୍ସବ। ଏହି ଉତ୍ସବ ରାଜସ୍ଥାନରେ ଉଦୟପୁରରେ ଥିବା ଓବରେଇ ଉଦୟଭିଲାରେ ଦୁଇଦିନ ଧରି ଚାଲିବ। ଏଥିରେ ଯୋଗଦେବାକୁ ବଡ ବଡ ସେଲିବ୍ରିଟି ଉଦୟପୁରରେ ପହଞ୍ଚିଲେଣି। ଏମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ। ଆସନ୍ତା ୧୨ରେ ହିନ୍ଦୁ ରୀତିନୀତି ଏବଂ ପରମ୍ପରା ଅନୁଯାୟୀ ଉଭୟଙ୍କ ବିବାହ ସମ୍ପନ୍ନ ହେବ ବୋଲି ଜଣାପଡିଛି।