ଇସ୍ତଫା ଦେଲେ ଓୟୁଏଟିର କୁଳପତି ସୁରେନ୍ଦ୍ରନାଥ ପଶୁପାଳକ

0

ଭୁବନେଶ୍ୱର,୧୯/୩ : ଚାକିରି ଛାଡ଼ିଲେ କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ଆଜି ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ପଦ ଛାଡ଼ିବା ସହ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି।

ଏହି ମାସରେ ତାଙ୍କର ଚାକିରି ସରି ଥାଆନ୍ତା। ତେବେ ତା’ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖକୁ ଡାକ ଯୋଗେ ପଠାଇଥିବା ଜଣାପଡ଼ିଛି। ପଶୁପାଳକଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ କିଛି ଦିନ ତଳେ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଛୁଟିରେ ଯିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ପଶୁପାଳକ ତାଙ୍କ ପଦବୀର ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଓୟୁଏଟିରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.