ଇସ୍ତଫା ପରେ ମହାରଥୀଙ୍କ ପ୍ରତିକ୍ରିୟା : ମୋ ପାଇଁ ଦଳ ଉପରେ ଚାପ ନ ପଡ଼ୁ

0

ଭୁବନେଶ୍ୱର,୬/୧: ପିପିଲି ଗଣବଳାତ୍କାର ଘଟଣାକୁ ନେଇ ବିଭିନ୍ନ ମହଲରୁ ସମାଲୋଚିତ ହେବାପରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଶେଷରେ ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ପ୍ରତିକ୍ରିୟାରେ ମହାରଥୀ କହିଛନ୍ତି, ସେ ବିଜେଡିର ଜଣେ ସଚ୍ଚୋଟ କର୍ମୀ। ସେ ୩୫ ବର୍ଷ ଧରି ଦଳରୁ ୬ ଥର ବିଧାୟକ ହୋଇଛନ୍ତି। ତାଙ୍କ ପାଇଁ ଦଳ ଉପରେ କୌଣସି ଚାପ ନ ପଡ଼ୁ ସେଥିପାଇଁ ସେ ଇସ୍ତଫା ଦେଇଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ପ୍ରତି ତାଙ୍କର ଗଭୀର ସମ୍ମାନ ଅଛି। ତେବେ ତାଙ୍କ ଇସ୍ତଫା ସମ୍ପୂର୍ଣ୍ଣ ସ୍ବେଚ୍ଛାକୃତ ବୋଲି ରବିବାର ଖବରଦାତା ସମ୍ମିଳନୀରେ ମହାରଥି କହିଛନ୍ତି।

ପ୍ରକାଶ ଯେ, ବିଧାୟକ ମହାରଥୀ ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୁଇ ଥର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ୨୦୧୨ ମସିହାରେ ଉକ୍ତପ୍ରସଙ୍ଗରେ ଇସ୍ତଫା ଦେଇଥିଲେ। ଗତ ଡିସେମ୍ବର ୨୪ ତାରିଖରେ ଏହି ଘଟଣାରେ କୋର୍ଟଙ୍କ ରାୟ ପରେ ନିଜ ମନ୍ତବ୍ୟକୁ ନେଇ ସେ ବିବାଦ ଘେରକୁ ଆସିଥିଲେ। ଫଳରେ ପୁନର୍ବାର ନୈତିକତା ଦୃଷ୍ଟିରୁ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

କିଛି ଦିନ ତଳେ ଉକ୍ତ ଗଣବଳାତ୍କାର ଘଟଣାରେ ପ୍ରମାଣ ଅଭାବରୁ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ର୍ନିଦ୍ଦୋଷରେ ଖଲାସ କରିଥିଲେ। ପୀଡ଼ିତାଙ୍କୁ ନ୍ୟାୟ ମିଳିଲା ବୋଲି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାପରେ ମହାରଥୀଙ୍କ ଇସ୍ତଫା ପାଇଁ ବିରୋଧୀ ଚାପ ପକାଉଥିଲେ।

Leave A Reply

Your email address will not be published.