ଭାରତରେ ଧୀରେ ଧୀରେ ବଢ଼ୁଛି ଇ-ବାଇକର ଚାହିଦା । ପେଟ୍ରୋଲ-ଡିଜେଲ ସମସ୍ୟାଠାରୁ ମୁକ୍ତି ପାଇବା ପାଇଁ ଏଣିକି ଏହାର ବିକଳ୍ପ ଇ-ବାଇକ ବଜାରକୁ ପ୍ରବେଶ କରୁଛି । ଇ-ବାଇକ କ୍ରୟ କରିବା ପାଇଁ ଇଚ୍ଛା ରଖୁଥିବା ବ୍ୟକ୍ତି ନିଜ ମନ ମୁତାବକ ଡିଜାଇନର ବାଇକ ନିର୍ମାଣ କରିପାରିବେ । ଗ୍ରାହକଙ୍କ ମନମୁତାବକ ଡିଜାଇନ ର୍ନିମାଣ କରିଛନ୍ତି । ଅତି ସହଜରେ ବ୍ୟାଟେରୀକୁ ଚାର୍ଜ କରି ବାଇକରେ ଯାତ୍ରା କରି ହେବ । ୩ କେଜି ବିଶିଷ୍ଠ ଏହି ବ୍ୟାଟେରୀକୁ ଥରେ ଚାର୍ଜ କରି ବେଶ୍ କିଛି କିଲୋମିଟର ଯାତାୟତ କରାଯାଇ ପାରିବ । ଇ-ବାଇକ ପାଇଁ ବିଭିନ୍ନ ପ୍ରକାର ବ୍ୟାଟେରୀ ଥିବାବେଳେ ସେଥିମଧ୍ୟରୁ ଲିଥିୟମ ବ୍ୟାଟେରୀ ଅଧିକ ବ୍ୟୟ ବହୁଳ । ତେବେ ଇ-ବାଇକର ଇଞ୍ଜିନ ଚକ ନିକଟରେ ରହିଛି । ଏହି ଇଞ୍ଜିନର ଅତି ହାଲ୍କା ହୋଇଥିବାରୁ ଏହା ଅତି ସହଜରେ ଦ୍ରୁତ ଗତିରେ ଯାଇପାରିବ । ତେବେ ଇ-ବାଇକରେ ପେଟ୍ରୋଲ କି ଡିଜେଲ ଶେଷ ହେଲେ ପେଡାଲ ମାରି ଗନ୍ତବ୍ୟ ସ୍ଥଳରେ ପହଞ୍ଚି ହେବ ।