ଉତ୍ତରାଖଣ୍ଡରେ ‘କେଦାରନାଥ୍‌’କୁ ଝଟ୍‌କା

0

ମୁମ୍ବାଇ, ୭/୧୨: ଆଜି ବହୁ ପ୍ରତିକ୍ଷୀତ ଫିଲ୍ମ ‘କେଦାରନାଥ’ ରିଲିଜ୍‌ ହୋଇଥିବା ବେଳେ ଉତ୍ତରାଖଣ୍ଡରେ ଏହାକୁ ଝଟ୍‌କା ଲାଗିଛି । ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଦର୍ଶନଉପରେ ଉତ୍ତରାଖଣ୍ଡ ସରକାର ରୋକ୍‌ ଲଗାଇଛନ୍ତି । ଉତ୍ତରାଖଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି ତାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ‘କେଦାରନାଥ୍‌’ ସିନେମାକୁ ରାଜ୍ୟରେ ରିଲିଜ୍‌ ନ କରିବା ସପକ୍ଷରେ ମତ ଦେଇଥିଲେ । ଏହା ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବାପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷାଲାଗି ଜିଲ୍ଲାପାଳମାନଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛ । ଗତକାଲି ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ ଫିଲ୍ମ ଉପରେ ରୋକ୍‌ ଲଗାଇବାକୁ ମନା କରିଥିଲେ । ଏହି ସିନେମାରେ ସୁଶାନ୍ତ ସିଂହ ରାଜପୁତ ଏବଂ ସାରା ଅଲ୍ଲୀ ଖାନ୍‌ ମୁଖ୍ୟ ଭୂମିକାରେ ଅଛନ୍ତି । ଏହାର କାହାଣୀ ଜଣେ ହିନ୍ଦୁ ଯୁବତୀ ଓ ମୁସଲମାନ ଯୁବକର ପ୍ରେମ କାହାଣୀ ଉପରେ ଆଧାରିତ । ତେବେ ‘କେଦାରନାଥ’ ରିଲିଜ୍‌ ହେବା ଆଗରୁ ବିବାଦରେ ଫସିଥିଲା । ପ୍ରଥମେ ଭାରତୀୟ ଜନତା ପାର୍ଟି ଓ ଏବେ ବିଶ୍ୱ ହିନ୍ଦୁ ପରିଷଧ ‘କେଦାରନାଥ୍‌’ ଫିଲ୍ମରେ ହିନ୍ଦୁ-ମୁସଲିମ୍‌ ନାୟକ-ନାୟିକାଙ୍କ କିସିଂ ସିନ୍‌କୁ ନେଇ ହଙ୍ଗାମା କରିଥିଲେ ।

Leave A Reply

Your email address will not be published.