ମୟୁରଭଞ୍ଜ, ୫/୧୦: ଉଦଳା ଉପ ଜିଲ୍ଲାପାଳଙ୍କ ବାସଭବନର ଛାତ ଆଜି ଭୁଷୁଡ଼ି ପଡ଼ିଛି । ଉପଜିଲ୍ଲାପାଳ ଭଗବାନ ବେହେରା ସେହି ସମୟରେ ଘରେ ଅନୁପସ୍ଥିତ ଥିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । କିନ୍ତୁ ଘରର ଆସବାବ ପତ୍ର ନଷ୍ଟ ହୋଇଯାଇଥିବା ଉପ ଜିଲ୍ଲାପାଳ କହିଛନ୍ତି ।
ଉପଜିଲ୍ଲାପାଳଙ୍କ ସୂଚନା ମୁତାବକ, ସେ ଗତ ଦୁଇ ଦିନ ହେବ କୌଣସି କାମରେ ଭୁବନେଶ୍ୱର ଆସିଥିଲେ । ଆଜି ସକାଳୁ ଘରର କବାଟ ଖୋଲିବା ବେଳକୁ ଘରର ଛାଡ଼ ଭୁଷୁଡ଼ି ପଡ଼ିଥିବା ଦେଖିବାକୁ ପାଇଲେ । ସେ ଏକ ବଡବିପଦରୁ ରକ୍ଷା ପାଇ ଯାଇଥିବାବେଳେ ଘରେ ଥିବା ବହୁ ଆସବାବପତ୍ର ନଷ୍ଟ ହୋଇଯାଇଛି । ତାଙ୍କ ବାସଭବନଟି ବ୍ରିଟିଶ ଅମଳର ହୋଇଥିବା ବେଳେ ଏହାକୁ ବିପଦ ସଙ୍କୁଳ ଘୋଷଣା କରିବା ଉଚିତ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।