ଉପକାରୀ ପିଜୁଳି

0

ପିଜୁଳି ଦେଖିବାକୁ ଯେତେ ସୁନ୍ଦର, ତା’ର ଗୁଣବତ୍ତା ମଧ୍ୟ ସେତିକି ଅଧିକ । ଏଥିରେ ଭିଟାମିନ୍‌ ସି’ ଏବଂ ଶର୍କରା ପ୍ରଚୁର ପରିମାଣରେ ରହିଥାଏ । ପିଜୁଳିରେ ଶରୀରର ଅନେକ ସମସ୍ୟାର ରାମବାଣ ଚିକିତ୍ସା ଲୁଚି ରହିଛି । ତେବେ ଆସନ୍ତୁ ଜାଣିବା ପିଜୁଳି ଖାଇବାର ଫାଇଦା ।
କ୍ୟାନ୍ସର: ପିଜୁଳିରେ ଲାଇକୋପିନ୍‌ ନାମକ ଫାଇଟୋ ନୁ୍ୟଟ୍ରିଏଣ୍ଟସ୍‌ ପ୍ରଚୁର ପରିମାଣରେ ରହିଥାଏ । ଯାହା କ୍ୟାନ୍ସରର ସମ୍ଭାବନାକୁ କମ୍‌ କରିଥାଏ । ଥଣ୍ଡାକାଶ: ପିଜୁଳି ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଯାହାଫଳରେ ସାଧାରଣ ଥଣ୍ଡା, କାଶର ସମ୍ଭାବନା ଖୁବ୍‌ କମ୍‌ ହୋଇଯାଏ ।
ପେଟ କାଟିବା: ପିଜୁଳିର ପତ୍ରକୁ ବାଟି ସେଥିରେ କଳା ଲୁଣ ମିଶାଇ ଖାଇଲେ ପେଟକାଟିବା ଦୂର ହୋଇଥାଏ ।
ଡାଇବେଟିସ୍‌: ପିଜୁଳିରେ ପ୍ରଚୁର ପରିମାଣରେ ଫାଇବର୍‌ ରହିଥାଏ । ଯାହାଫଳରେ ଏହାକୁ ଖାଇଲେ ଡାଇବେଟିସ୍‌ର ସମ୍ଭାବନା କମିଯାଏ ।
ତ୍ୱଚା ପାଇଁ: ପିଜୁଳିରେ ବିଟା କ୍ୟାରୋଟିନ୍‌ ନାମକ ଏକ ପୋଷକ ତତ୍ତ୍ୱ ରହିଛି ଯାହା ମୁହଁରେ ଦେଖାଯାଉଥିବା ଅନେକ ସମସ୍ୟା ଦୂର କରିଥାଏ । କୋଷ୍ଠକାଠିନ୍ୟ: ପିଜୁଳି କୋଷ୍ଠକାଠିନ୍ୟ ଦୂର କରିଥାଏ । ଯଦି ଆପଣ ଖାଇବା ପୂର୍ବରୁ ପିଜୁଳି ଖାଆନ୍ତି ତେବେ ଆପଣଙ୍କୁ ଖାଦ୍ୟ ହଜମରେ କୌଣସି ଅସୁବିଧା ହେବନାହିଁ ।

Leave A Reply

Your email address will not be published.