ନୂଆଦିଲ୍ଲୀ, ୪/୧୨: କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଘୋଷଣା କରିଛନ୍ତି କି, ସେ ଲୋକସଭା ନିର୍ବାଚନ ଲଢିବେ ନାହିଁ । ସେ ଏହି ଘୋଷଣା ଭୋପାଳରେ କରିଥିବା ବେଳେ ଆହୁରି ମଧ୍ୟ କହିଥିଲେ କି, ବର୍ତମାନ ସେ ରାମ ମନ୍ଦିର ଓ ଗଙ୍ଗା ଘଟଣା ଉପରେ ଧ୍ୟାନ କେନ୍ଦ୍ରୀତ କରବାକୁ ଚାହୁଁଛନ୍ତି । ଆଗାମୀ କିଛି ଦିନ ପାଇଁ ସେ ଏହି ମାମଲା ଉପରେ ଫୋକସ କରିବାକୁ ଚାହୁଁଛନ୍ତି ।
ଉମା ଭାରତୀ କହିଛନ୍ତି କି, ସେ ରାମ ମନ୍ଦିର ନିର୍ମାଣ ପାଇଁ ସମୟ ଦେବାକୁ ଚାହୁଁଛନ୍ତି । ତାଙ୍କ ଲକ୍ଷ ବର୍ତମାନ ମନ୍ଦିର ନିର୍ମାଣ ହେବା ଉପରେ ଅଛି । ସେ ରାଜନୀତି ଛାଡିବେ ବୋଲି କହି ନାହାଁନ୍ତି । ଉମାଙ୍କ କହବା ମୁତାବିକ ସେ ରାଜନୀତି ତ କରିବେ କିନ୍ତୁ ଲୋକସଭା ନିର୍ବାଚନ ଲଢିବା କଥାରେ ସେ ମନା କରିଦେଇଛନ୍ତି । ଉମା ଭାରତୀ ଝାନସୀରୁ ସାଂସଦ ଅଛନ୍ତି ।
ଏହା ପୂର୍ବରୁ ବିଦେଶୀ ମନ୍ତ୍ରୀ ସୂଷମା ସ୍ୱରାଜ ମଧ୍ୟ ଲୋକସଭା ନିର୍ବାଚନ ନ ଲଢିବା ପାଇଁ ଘୋଷଣା କରିଥିଲେ । ସେ ଅସୁସ୍ଥ ଥିବା କହି ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ ।