ଉର୍ଜିତ ପଟେଲ ନିଜ ଇଚ୍ଛାରେ ଇସ୍ତଫା ଦେଇଛନ୍ତି : ଅରୁଣ ଜେଟଲୀ

0

ନୂଆଦିଲ୍ଲୀ, ୧୮/୧୨ : ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଆରବିଆଇର ପୂର୍ବତନ ଗର୍ଭର୍ଣ୍ଣରଙ୍କ ଇସ୍ତଫାକୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ସରକାର କେବେ ଉର୍ଜିତ ପଟେଲଙ୍କୁ ଇସ୍ତଫା ଦେବା ପାଇଁ କହି ନଥିଲେ । ଗତ କିଛି ଦିନ ହେବ ଆରବିଆଇ ଏବଂ ସରକାରଙ୍କ ମଧ୍ୟରେ ଅର୍ଥ ଏବଂ ଅନ୍ୟ ମାମଲାକୁ ନେଇ ତନାଘନା ଚାଲିଛି ।

ଜେଟଲୀ ଏକ ଟିଭି ଚ୍ୟାନେଲ ଇଂଟଭ୍ୟୁରେ କହିଛନ୍ତି କି, ଚଳିତ ବାଣିଜ୍ୟ ବର୍ଷ ସମୟରେ ଆରବିଆଇର ଆରକ୍ଷିତ ପୁଞ୍ଜୀ ଭଣ୍ଡାରରୁ ସରକାରଙ୍କୁ ଏକ ଟଙ୍କା ଆବଶ୍ୟକ ନାହିଁ । କେନ୍ଦ୍ର ବ୍ୟାଙ୍କର ଆରକ୍ଷିତ କୋଷ ଆକାର ଭଳି ମାମଲାରେ ଆରବିଆଇର ନିର୍ଦ୍ଦେଶକ ମଣ୍ଡଳୀୟ ବୈଠକରେ ସୌହାର୍ଦ୍ଦପୂର୍ଣ୍ଣ ଚର୍ଚ୍ଚା ହୋଇଛି । ସରକାର କେବେ ପଟେଲଙ୍କୁ ଇସ୍ତଫା ଦେବା ପାଇଁ କହି ନାହାଁନ୍ତି ।

Leave A Reply

Your email address will not be published.