ଭୁବନେଶ୍ୱର, ୧୨/୧୨: କଂଗ୍ରେସ ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଏଆଇସିସି ସଦସ୍ୟ ହୋଇଥିବାରୁ ତାଙ୍କ ସମ୍ପର୍କରେ ଏଆଇସିସି କର୍ତୃପକ୍ଷ ନିଷ୍ପତି ନେବେ। ରାଜ୍ୟ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶ୍ରୀ ହେମାନନ୍ଦ ବିଶ୍ୱାଳ ଏହା ପ୍ରକାଶ କରିଛନ୍ତି ।
ବୁଧବାର ପିସିସି କାର୍ଯ୍ୟାଳୟ ଠାରେ ଶୃଙ୍ଖଳା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ଜେନା ବିଭିନ୍ନ ସମୟରେ ଦେଇଥିବା ଦଳ ବିରୋଧୀ ମନ୍ତବ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କମିଟିର ସଦସ୍ୟମାନେ ଆଲୋଚନା କାଳରେ ରଖିଥିବା ମତାମତକୁ ଲିପିବଦ୍ଧ କରାଯାଇ ଏଆଇସିସି ନିକଟକୁ ପଠାଇ ଦିଆଯାଇଛି । ସେଥିରେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ସୁପାରିଶ କରାଯାଇଛି । ତେଣିକି ତାଙ୍କର ଭାଗ୍ୟ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷେ ଶୃଙ୍ଖଳା ଭଙ୍ଗ ପ୍ରସଙ୍ଗରେ କଡ଼ା ଟିପ୍ପଣୀ ଦେଇଛନ୍ତି ଶ୍ରୀକାନ୍ତ ଜେନା। ଦଳୀୟ ଶୃଙ୍ଖଳା ଭଙ୍ଗ କଣ ମୁଁ ଜାଣିନାହିଁ। ଏନେଇ ଯଦି ଏଆଇସିସି ବା ପିସିସି ପଚାରେ ତେବେ ତାହାର ଉତ୍ତର ଦେବି। କିନ୍ତୁ ମୁଁ କେବେ ଜୀବନରେ ଖଣି ଚୋରି କରିନାହିଁ କି ଲାଞ୍ଚ ଦେଇ କୋର୍ଟରେ ଭର୍ତ୍ସିତ ହୋଇନି ବୋଲି ଶ୍ରୀ ଜେନା ଦଳର ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି କହିଛନ୍ତି।