ଏଏସ୍‌ଓ ପରୀକ୍ଷା ଘୁଞ୍ଚାଇବାକୁ ପରୀକ୍ଷାର୍ଥୀଙ୍କ ଦାବି

0

କଟକ,୩/୧: ଆସନ୍ତା ଜାନୁଆରୀ ୨୦ରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍‌ସନ୍‌ ଅଫିସର (ଏଏସ୍‌ଓ) ପରୀକ୍ଷା ଘୁଞ୍ଚାଇବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି । କଟକ ସ୍ଥିତ ଓପିଏସସି କାର୍ଯ୍ୟାଳୟ ଆଗରେ ପରୀକ୍ଷାର୍ଥୀମାନେ ବିକ୍ଷୋଭ କରିଛନ୍ତି । ସମାନ ଦିନରେ ଅନ୍ୟ ପରୀକ୍ଷା ରହିଥିବାରୁ ପରୀକ୍ଷାର୍ଥୀମାନେ ତାରିଖକୁ ଘୁଞ୍ଚାଇବାକୁ ଦାବି କରିଛନ୍ତି ।

ପୂର୍ବରୁ ଏଏସଓ ପରୀକ୍ଷା ଡିସେମ୍ବର ୨୩ରେ ହେବାକୁ ବିଜ୍ଞାପନ ପ୍ରକାଶ ପାଇଥିଲା । ମାତ୍ର ପରେ ପରୀକ୍ଷା ଦିନକୁ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ପ୍ରାୟ ୧ ବର୍ଷ ପୂର୍ବରୁ କେନ୍ଦ୍ର ସରକାରଙ୍କର ରେଲବିଭାଗର ପରୀକ୍ଷା ହେବାକୁ ଜାନୁୟାରୀ ୨୦ରେ ତାରିଖ ଧାର୍ଯ୍ୟ କରାଯାଇଛି । ଏହା ସହିତ ଅନ୍ୟ ପରୀକ୍ଷା ମଧ୍ୟ ରହିଛି । ପରୀକ୍ଷାର୍ଥୀମାନେ ପରେ ନିର୍ଦ୍ଧାରିତ ହୋଇଥିବା ଏଏସଓ ପରୀକ୍ଷା ତାରିଖ ଅନ୍ୟ ଦିନ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.