ଏକ ଲକ୍ଷ ଝିଅଙ୍କ ବାହାଘର କରିବେ ଯୋଗୀ ସରକାର

0

ଲକ୍ଷ୍ନୌ,୬/୭: ସାମୁହିକ ବିବାହ ମାଧ୍ୟମରେ ଗରିବ ପରିବାରର ଝିଅମାନଙ୍କ ବିବାହ କରାଉଥିବା ଯୋଗୀ ସରକାର ଏବେ ଏହି ଆୟୋଜନକୁ ଅଧିକ ଧୂମଧାମ ଏବଂ ଭଗ୍ୟତାର ସହ ଆୟୋଜନ କରିବାକୁ ଯାଉଛି । ଯୋଗୀ ସରକାର ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଏକ ଲକ୍ଷ ଗରୀବ ଝିଅଙ୍କ ବିବାହ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏହି ବିବାହ ପାଇଁ ଚୋରଟି ଶୁଭ ମୂହୂର୍ତ୍ତ ବାହାର କରାଯାଇ ବଡ ସ୍ତରରେ ଆୟୋଜନ କରାଯିବ । ସମାଜ କଲ୍ୟାଣ ବିଭାଗ ବର୍ଷ 2019-20 ପାଇଁ ଏକ ଲକ୍ଷ ଯୋଡିଙ୍କ ବିବାହ କରିବା ନେଇ ଲକ୍ଷ୍ୟ ରଖିଛି । ସମାଜ କଲ୍ୟାଣର ମୁଖ୍ୟ ସଚିବ ମନୋଜ କୁମାରଙ୍କ ପକ୍ଷରୁ ଅଧିକାରୀମାନଙ୍କୁ ଏହି ସୂଚନା ଦିଆଯାଇଛି । ମୁଖ୍ୟ ସଚିବ ମନୋଜ କୁମାର ସବୁ ଜିଲ୍ଲା ଅଧିକାରୀମାନଙ୍କୁ ଏହି ଆୟୋଜନ ଉପରେ ବିଶେଷ ଧ୍ୟାନ ଦେଇ ସଫଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଗରିବ ପରିବାରର ଝିଅ ମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ ସାମୁହିତ ବିକାଶ ଯୋଜନାର ଘୋଷଣା କରିଥିଲେ । ଏହି ଯୋଜନାରେ ପୂର୍ବରୁ ରାଜ୍ୟ ସରକାର ପ୍ରତ୍ୟେକ ଝିଅଙ୍କ ବାହାଘର ପାଇଁ 35 ହଜାର ଟଙ୍କା ଖର୍ଚ୍ଚ କରୁଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ଗଣତନ୍ତ୍ର ଦିବସରେ ଏହି ରାଶିକୁ ବୃଦ୍ଧି କରି 51 ହଜାର ଟଙ୍କା କରିବାକୁ ଘୋଷଣା କରିଥିଲେ ।

ଏହି ଯୋଜନା ମାଧ୍ୟମରେ ଯୋଗୀ ସରକାର ଦୁଇ ଲକ୍ଷ ପରିବାରଙ୍କ ପାଖରେ ସିଧା ପହଞ୍ଚିବାକୁ ଚେଷ୍ଟା କରୁଛି । ଏହି ଯୋଜନାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିବେ ।

Leave A Reply

Your email address will not be published.