ଏଥର ପାଳି ଈରାଙ୍କର!

0

ଗତବର୍ଷଠାରୁ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଆରମ୍ଭ ହୋଇଯାଇଛି ସେଲିବ୍‌ କିଡ୍‌ଙ୍କ ଡେବୁ୍ୟ । ଜାହ୍ନବୀ, ସାରାଙ୍କ ପରେ ଏବେ ପାଳି ଆସିପାରେ ବଲିଉଡ୍‌ର ମିଷ୍ଟର ପ୍ରଫେସ୍‌ନାଲିଷ୍ଟ ଅମିର ଖାନ୍‌ଙ୍କ ଝିଅ ଈରାଙ୍କର । ଈରା ଏବେ ନିଜର ବହୁ ସମୟ କାଟୁଛନ୍ତି ଜିମ୍‌ରେ । କେବଳ ଜିମ୍‌ ନୁହେଁ ବଡ଼ ବଡ଼ ଡିରେକଫର ଓ ପୁରୁଖା ଆକଫରମାନଙ୍କ ସହ ଦେଖାସାକ୍ଷାତ କରୁଥିବା କଥା ମଧ୍ୟ କୁହାଯାଉଛି । ବାପା ଅମିର ଈରାଙ୍କୁ ବଲିଉଡ୍‌ରେ ଏଣ୍ଟ୍ରି କରିବା ପାଇଁ ଦେଇ ସାରିଛନ୍ତି ଗ୍ରୀନ୍‌ ସିଗ୍‌ନାଲ । ନିକଟରେ ଈରା ସଲମାନଙ୍କୁ ଭେଟିଛନ୍ତି ଓ ଏଦୁହିଁଙ୍କ ଫଟୋ ସୋସାଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି । ଈରା ହେଉଛନ୍ତି ଅମିରଙ୍କ ପ୍ରଥମ ପନିୀ ରୀନା ଦତ୍ତାଙ୍କ କନ୍ୟା । କେବଳଯେ ସେଲିବ୍ରିଟିଙ୍କୁ ଦେଖା କରୁଛନ୍ତି ଈରା ତା’ ନୁହେଁ, ସେମାନଙ୍କ ବ୍ୟତୀତ ଈରା ସେଲିବ୍‌ କିଡ୍‌ମାନଙ୍କୁ ମଧ୍ୟ ପର୍ସନାଲୀ ଭେଟୁଥିବା କଥା କୁହାଯାଉଛି । କିଛିଦିନ ତଳେ ସେ ବାଦ୍‌ଶାହାଙ୍କ ସୁପୁତ୍ରୀ ସୁହାନାଙ୍କୁ ଭେଟିଛନ୍ତି । ଚଳିତ ବର୍ଷ ଚଙ୍କୀ ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ବଲିଉଡ୍‌ରେ ଡେବୁ୍ୟ କରିବା କଥା ଶୁନିଶ୍ଚିତ । ଦେଖାଯାଉ ଈରାଙ୍କ ଡେବୁ୍ୟକୁ ନେଇ ଉଠୁଥିବା ଗୁଜବ କେତେମାତ୍ରାରେ ସତ ହେଉଛି ।

Leave A Reply

Your email address will not be published.