ଶ୍ରୀନଗର, ୧୩/୧୨: ଜାମ୍ମୁ-କାଶ୍ମୀରର ବରମୂଳା ଜିଲ୍ଲା ସୋପାର ଅଞ୍ଚଳରେ ବୁଧବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀ ଦୁହେଁ ଲଶPର-ଏ-ତୈୟବା ଆତଙ୍କୀ ସଂଗଠନର ଥିଲେ ବୋଲି କୁହାଯାଉଛି ।
ସୂଚନା ମୁତାବକ, ଉତ୍ତର-କାଶ୍ମୀରର ସୋପାରର ବ୍ରଥକଲାଁ ଗ୍ରାମରେ ବୁଧବାର ସନ୍ଧ୍ୟାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ସେନା ପକ୍ଷରୁ ଘରୋବନ୍ଦୀ ଏବଂ ସର୍ଚ୍ଚ ଅପରେଶନ ଜାରୀ କରାଯାଇଥିଲା । ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ପରେ ଉଭୟ ପକ୍ଷରୁ ଗୁଳି ଚାଳନା ଆରମ୍ଭ ହୋଇଥିଲା । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ସେଠାରେ କମିଂ ଅପରେଶନ ଜାରୀ ରହିଥିବା ସୂଚନା ମିଳିଛି ।
Prev Post