ଏପରି କରନ୍ତୁ କଣ୍ଡିଶନରର ବ୍ୟବହାର

0

କେଶକୁ ସୁସ୍ଥ ରଖିବା ପାଇଁ ତାର ଯନି ନେବା ଆବଶ୍ୟକୀୟ ହୋଇଥାଏ । ଛୋଟ ଛୋଟ ଭୁଲ କେଶର ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ସୁସ୍ଥ କେଶ ପାଇଁ ଜରୁରୀ ହୋଇଥାଏ କେଶ ଅନୁଯାୟୀ ଶାମ୍ପୁ ଏବଂ କଣ୍ଡିଶନର ବାଛିବା । ସମସ୍ତଙ୍କ କେଶରେ ସମସ୍ତ ପ୍ରକାର ଶାମ୍ପୁ ଏବଂ କଣ୍ଡିଶନର ସୁଟ୍‌ କରି ନଥାଏ । ଶାମ୍ପୁ କରିବା ପରେ କଣ୍ଡିଶନର ବ୍ୟବହାର କରିବା ଜରୁରୀ ହୋଇଥାଏ, କାରଣ କଣ୍ଡିଶନର କେଶକୁ ପୋଷଣ ପ୍ରଦାନ କରିଥାଏ ଏବଂ କେଶ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ ଜାଣ;ୁ କଣ୍ଡିଶନର ବ୍ୟବହାର କରିବାର ସଠିକ୍‌ ଉପାୟ ।
– କଣ୍ଡିଶନର କେଶକୁ ହାଇଡ୍ରେଟ କରିବାରେ ସାହାଯ୍ୟ କରିଥାଏ । ଏହା ସ୍କଲ¬ ଜନିତ ସମସ୍ୟା ଯଥା- ଜଳା ପୋଡା ଏବଂ କୁଣ୍ଡିଆକୁ କମ କରିଥାଏ । କଣ୍ଡିଶନର କେଶର ରୁଖାପଣକୁ ଦୂର କରିଥାଏ ।
– ସମସ୍ତ ପ୍ରକାର କେଶ ପାଇଁ ଅଲଗା ଅଲଗା କଣ୍ଡିଶନର ଉପଲବ୍ଧ ଥାଏ । ତେଣୁ ନିଜ କେଶ ଅନୁଯାୟୀ କଣ୍ଡିଶନର ବ୍ୟବହାର କରନ୍ତୁ । ଏହା ଦ୍ୱାରା ଆପଣଙ୍କ କେଶକୁ ମଇଶ୍ଚର କରିବ ।
– ଅତ୍ୟାଧିକ କଣ୍ଡିଶନରର ବ୍ୟବହାର କେଶ ପାଇଁ ହାନିକାରକ ହୋଇଥାଏ । ଏହା ଦ୍ୱାରା ଆପଣଙ୍କ କେଶ ରୁଖାପଣର ଶିକାର ହୋଇପାରେ ।
– ଶାମ୍ପୁର ନ ଲଗାଇ ମଧ୍ୟ ଆପଣ କଣ୍ଡିଶନରର ବ୍ୟବହାର କରି ପାରିବେ ।

Leave A Reply

Your email address will not be published.