ନୂଆଦିଲ୍ଲୀ, ୪/୧ : ୨୦୧୬ ମସିହା ନଭେମ୍ବର ୮ ତାରିଖରେ ନୋଟବନ୍ଦୀ ପରେ ୧୦ ତାରିଖରେ ଭାରତୀୟ ମୁଦ୍ରା ବଜାରକୁ ଆସିଥିବା ୨୦୦୦ ଟଙ୍କିଆ ନୋଟ୍ ଛାପିବା ବନ୍ଦ କରାଯାଇଛି । ଗୁରୁବାର ଅର୍ଥମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହାର ପୃଷ୍ଟି କରିଛନ୍ତି । ବଜାରରେ ଅତ୍ୟାଧିକ ମାତ୍ରାରେ ୨୦୦୦ ଟଙ୍କିଆ ନୋଟ୍ ଉପଲବ୍ଧ ଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା ସେ କହିଛନ୍ତି ।
ଆନୁମାନିକ ଆବଶ୍ୟକତା ଅନୁଯାୟୀ ନୋଟ୍ ଛାପିବାର ଯୋଜନା ପ୍ରସ୍ତୁତ କରାଯାଏ । ତେବେ ୨୦୦୦ ଟଙ୍କିଆ ନୋଟ୍ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି । ମୁଲ୍ୟ ଆଧାରରେ ଯେତିକି ନୋଟ୍ ପ୍ରଚଳିତ ହେବା କଥା ତା ତୂଳନାରେ ବର୍ତ୍ତମାନ ୩୫ ପ୍ରତିଶତ ଅଧିକ ୨୦୦୦ ଟଙ୍କିଆ ନୋଟ୍ ରହିଛି । ତେଣୁ ବର୍ତ୍ତମାନ ପାଇଁ ୨୦୦ ଟଙ୍କିଆ ନୋଟ୍ ଛାପିବା ବନ୍ଦ କରାଯାଇଥିବା ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ସୁଚନା ଦେଇଛନ୍ତି ।
ନଭେମ୍ବର ୨୦୧୬ ରେ ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ର ବ୍ୟବହାର ଉପରେ ରୋକ ଲଗାଇଥିଲେ । ଏହା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ୨୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟ୍ ଜାରୀ କରାଯାଇଥିଲା ।