ଓକିଲ-ପୋଲିସ ବିବାଦ : ଆସନ୍ତାକାଲି ହେବ ଶୁଣାଣୀ

କଟକ ,୧୨/୧୧: ଆଜି ହାଇକୋର୍ଟ ଖଣ୍ଡପୀଠରେ ଆଇନଜୀବୀଙ୍କୁ ପୋଲିସ ମାଡ଼ ମାରିବା ମାମଲାର ଶୁଣାଣୀ ହେବାର ଥିଲା । କ୍ରାଇମବ୍ରାଞ୍ଚ ଆଇଜି ଚାର୍ଜସିଟ୍‌ ଦାଖଲ କରି ପାରି ନ ଥିଲେ । ଫଳରେ ଆସନ୍ତାକାଲିକୁ ଶୁଣାଣୀ ଘଂଚିଛି । ଅନ୍ୟପକ୍ଷରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ମାଗିଥିବା ୬ ସପ୍ତାହ ସମୟ ଅବଧି ଉପରେ ଆଲୋଚନା ହୋଇଥିଲା । ଏହା ସହିତ ପୋଲିସ କର୍ମଚାରୀଙ୍କ ନିଲମ୍ବନ ପ୍ରତ୍ୟାହାର ଉପରେ ରୋକ ଲଗାଯାଇଛନ୍ତି କୋର୍ଟ । ତଦନ୍ତ ନ ସରିବା ଯାଏଁ ନିଲମ୍ବନ ପ୍ରତ୍ୟାହାର ନିଷ୍ପତ୍ତିକୁ କାର୍ଯ୍ୟକାରୀ ନ କରିବାକୁ କୋର୍ଟ ସ୍ପଷ୍ଟଭାବରେ ଶୁଣାଇ ଦେଇଛନ୍ତି ।