ଭୁବନେଶ୍ୱର,୨୮।୧:ଓଟିଭିକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଥିବା ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ସୋମବାର ବିଧାନସଭା ସ୍ଵ।ଧୀକାର କମିଟି ଆଗରେ କହିଛନ୍ତି।ଜଣେ ମହିଳା ଉଦ୍ୟୋଗପତି ଭାବେ ୨୨ ବର୍ଷଧରି ମୁଁ ରାଜ୍ୟରେ କାର୍ଯ୍ୟକରୁଛି। ଏହା ଦ୍ୱାରା ୨୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରିଛି। ମାତ୍ର ଏବେ ଆମକୁ ହଇରାଣ କରାଯାଉଥିବା ମୁଁ ଅନୁଭବ କରୁଛି। ନାନା ପ୍ରତିବନ୍ଧକ ସୃଷ୍ଟି କରାଯିବା ସହ ବିଭିନ୍ନ ଦିଗରୁ ଆକ୍ରମଣ କରାଯାଉଛି। ଏହା ସହ ଜଗି ସ୍ପଷ୍ଟକରି କହିଛନ୍ତି, ଓଟିଭି ମ୍ୟାନେଜମେଣ୍ଟ କେବେ ବି ନ୍ୟୁଜରେ ହସ୍ତକ୍ଷେପ କରେନାହିଁ। ଓଟିଭି ଚାର୍ଟ ଅନୁଯାୟୀ, ଖବରଦାତାମାନେ ବୃତ୍ତିଗତ ଭାବେ ଖବର ପରିବେଷଣ କରୁଛନ୍ତି।
ପ୍ରକାଶ ଯେ, ଗତ ନଭେମ୍ବର ୧୯ ତାରିଖରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓଟିଭି ବିରୋଧରେ ସ୍ଵ।ଧୀକାର ଭଙ୍ଗ ନୋଟିସ ଆଣିଥିଲେ।