ଓଡ଼ିଶାରେ ଚିନ୍ତା ବଢାଇଛନ୍ତି ସୁରତ ଫେରନ୍ତା

ଭୁବନେଶ୍ୱର,୯/୫: ଓଡ଼ିଶାରେ ଚିନ୍ତା ବଢାଉଛନ୍ତି ସୁରତ ଫେରନ୍ତା । ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ କରୋନା ସଂକ୍ରମିତ ସୁରତ ଫେରନ୍ତା । ଆଜି ଚିହ୍ନଟ ଗଞ୍ଜାମ, ମୟୂରଭଂଜ ଓ ଭଦ୍ରକ ଆକ୍ରାନ୍ତ ସୁରତ ଫେରନ୍ତା ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳେ ଓଡ଼ିଶାରେ ୧୭ ଜଣ ନୂଆ ସଂକ୍ରମିତ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ କଣ୍ଟେନମେଣ୍ଟ ଅଂଚଳର ଥିବା ବେଳେ ବାକି ୧୬ ଜଣ ସୁରତ ଫେରନ୍ତା । ରାଜ୍ୟରେ ମୋଟ ୨୮୭ ଜଣ ଭୂତାଣୁ ସଂକ୍ରମିତ ହୋଇଛନ୍ତି ।

ଏଯାଏଁ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬ ଜଣଙ୍କର ସୁରତ ଲିଙ୍କ ରହିଛି । ଆଜି ରାଜ୍ୟରେ ୧୭ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଗଂଜାମରେ ୧୨, ମୟୂରଭଂଜରୁ ୩, ଭଦ୍ରକ ତିହିଡିରେ ୧ ଓ ସୁନ୍ଦରଗଡ ରାଉରକେଲାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମରେ ୧୨ ଜଣ ଆକ୍ରାନ୍ତ ନୂଆ ଚିହ୍ନଟ ହେବାପରେ ଜିଲ୍ଲାରେ ୮୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନେଇ ପାଇଁ ଚିନ୍ତା ଆହୁରି ବଢି ଯାଇଛି । ହଟସ୍ପଟ୍ ପାଲଟିଛି ଗଞ୍ଜାମ ଜିଲ୍ଲା । ଗତକାଲି ରାଜ୍ୟରେ ମୋଟ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଆକ୍ରାନ୍ତ ସୁରତ ଫେରନ୍ତା । ପୂର୍ବରୁ ଚିହ୍ନଟ ହୋଇଥିବା ୭୧ ଜଣଙ୍କ ମଧ୍ୟରୁ ୭୦ ଜଣ ସୁରତ ଫେରନ୍ତା ଅଛନ୍ତି । କେବଳ ଜଣେ କେରଳ ଫେରନ୍ତାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶାରେ ମୋତେ ୨୮୭ ଜଣ ଆକ୍ରାନ୍ତ ଚିନ୍ତା ହୋଇଥିବା ବେଳେ ଏବେ ସୁଦ୍ଧା ୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ୨୨୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ-୧୯ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।