ଭୁବନେଶ୍ବର,୨୭/୭ : ଓଡ଼ିଶାରେ ମୋଟ ୬୩୯୦ ଜଣ ଭିକାରୀ ଚିହ୍ନଟ ହୋଇଛନ୍ତି । ତେବେ କଟକରେ ସର୍ବାଧିକ ଭିକାରୀ ଥିବା ସୂଚନା ମିଳିଛି । କଟକ ଜିଲ୍ଲାରେ ରାଜ୍ୟର ସବୁଠାରୁ ଅଧିକ ତଥା ୧୦୬୦ ଜଣ ଭିକାରୀ ଚିହ୍ନଟ ହୋଇଚନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲା ଦ୍ୱିତୀୟ ସର୍ବାଧିକ ଭିକାରୀ ଥିବା ଜିଲ୍ଲା ଭାବେ ସାମ୍ନାକୁ ଆସିଛି । ଏଠାରେ ଅଛନ୍ତି ୭୦୮ ଜଣ ଭିକାରୀ । ସର୍ବନିମ୍ନ ଭିକାରୀ ଥିବା ଜିଲ୍ଲା ହେଲା ଦେବଗଡ଼ । ଦେବଗଡ଼ରେ ମାତ୍ର ୧୬ ଜଣ ଭିକାରୀ ଅଛନ୍ତି । ଏହି ତଥ୍ୟ ଶନିବାର ବିଧାନସଭାରେ ପ୍ରଦାନ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶନ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା।
ଭିକାରୀଙ୍କ ହିତ ଲାଗି ବିକଳ୍ପ ଆତ୍ମନିଯୁକ୍ତି ଯୋଗାଇ ଦେବା ଲାଗି ‘ସହାୟ’ ନାମରେ ଏକ ଯୋଜନା ରାଜ୍ୟ ସରକାର ଚଳାଇଛନ୍ତି । ଏହି ଯୋଜନା ଅଧିନରେ ୨୮୮୬ ଜଣ ଭିକାରୀଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଇଛି ବୋଲି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ମନ୍ତ୍ରୀ।
ଅନୁଗୁଳରେ ୯୭, ବଲାଙ୍ଗୀରରେ ୭୦. ବାଲେଶ୍ୱରରେ ୧୩୧, ବରଗଡରେ ୧୬୬ , ଭଦ୍ରକରେ ୨୨୦, ବୌଦ୍ଧରେ ୧୯ , ଦେବଗଡ଼ରେ ୧୬ , ଢ଼େଙ୍କାନାଳରେ ୯୭ , ଗଜପତିରେ ୫୮, ଗଞ୍ଜାମରେ ୪୫୮, ଜଗତସିଂହପୁରରେ ୫୩, ଯାଜପୁର ୧୯୬, ଝାରସୁଗୁଡ଼ାରେ ୪୧, କଳାହାଣ୍ଡିରେ ୨୧୪, କନ୍ଧମାଳ ୧୧୭, କେନ୍ଦ୍ରାପଡ଼ାରେ ୨୨, କେନ୍ଦୁଝରରେ ୧୩୫, ଖୋର୍ଦ୍ଧାରେ ୫୩ ଜଣ ଭିକାରୀ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରେ ୨୦୦, ମାଲକାନଗିରିରେ ୨୧, ମୟୁରଭଞ୍ଜରେ ୪୮୫, ନବରଙ୍ଗପୁରରେ ୧୮୩, ନୟାଗଡ଼ରେ ୬୬, ନୂଆପଡ଼ାରେ ୨୮୮, ପୁରୀରେ ୧୨୦ , ରାୟଗଡ଼ାରେ ୧୮୧, ସମ୍ବଲପୁରରେ ୨୨୩ , ସୋନପୁରରେ ୨୮୦ ଓ ସୁନ୍ଦରଗଡ଼ରେ ଜଣ ୪୬୭ ଭିକାରୀ ଚିହ୍ନଟ ହୋଇଛନ୍ତି ।