ଭୁବନେଶ୍ୱର,୯/୫: ସୁପ୍ରିମକୋର୍ଟ ରାୟ ଏବେ ଟ୍ରେନରେ ଓଡ଼ିଶା ଫେରିବେ ପ୍ରବାସୀ ଓଡ଼ିଆ । ପ୍ରବାସୀଙ୍କ ଘରବାହୁଡ଼ା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଏବେ ଆନ୍ଧ୍ର, ତାମିଲନାଡୁ, ମହାରାଷ୍ଟ୍ର, ଅହମ୍ମଦାବାଦ ଓ ସୁରତରୁ ବାହାରି ଓଡ଼ିଶା ଆସିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଯେଉଁମାନେ ଲକ୍ ଡାଉନ୍ ଯୋଗୁଁ ଓଡିଶା ବାହାରେ ପଶି ରହିଛନ୍ତି ସେମାନେ ଓଡିଶା ଫେରିବା ପାଇଁ ପ୍ରକ୍ରିୟା ଚାଲିଛି । ଯଦି ସେମାନେ ଚାହିଁବେ ଟ୍ରେନ୍ ବ୍ୟତୀତ ନିଜସ୍ୱ ବ୍ୟବସ୍ଥାରେ ମଧ୍ୟ ଆସିପାରିବେ । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନେବା ଜରୁରୀ । ଓଡ଼ିଶା ଫେରିବା ପରେ ପ୍ରବାସୀ ଓଡ଼ିଆ ସଙ୍ଗରୋଧ ରେ ରହିବା ପରେ କରୋନା ପରୀକ୍ଷା କରିବେ ।
ଗୁରୁବାର ଦିନ ହାଇକୋର୍ଟ ବାହାର ରାଜ୍ୟରୁ ଶ୍ରମିକ ଓଡ଼ିଶା ପ୍ରବେଶ ପୂର୍ବରୁ କରୋନା ପରୀକ୍ଷା ବାଧ୍ୟତାମୂଳକ ବୋଲି କହିଥିଲେ । ଏହା ଉପରେ ଗତକାଲି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି ।