ଓପନ ହେଲା ରଣବୀର-ଆଲିଆଙ୍କ ଗୋପନ ରହଣି

0

ମୁମ୍ବାଇ, ୧୯/୧୧: ବଲିଉଡ ଅଭିନେତା ରଣବୀର କାପୁର ଏବଂ ଆଲିଆ ଭଟ୍ଟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଛି । ତେବେ ସେମାନେ ନିଜ ସମ୍ପର୍କକୁ ନେଇ ସମସ୍ତଙ୍କ ଆଗରେ ସ୍‌ୱୀକାର କରିନଥିଲେ ମଧ୍ୟ ଦୁହେଁ ପରସ୍ପରକୁ ଡେଟ କରୁଥିବା ନେଇ ଦୀର୍ଘ ଦିନକୁ ଚର୍ଚ୍ଚା ହେଉଛି । ତେବେ ଇତି ମଧ୍ୟରେ ଖବର ଆସିଛି କି, ପରସ୍ପର ସହ କିଛି ସମୟ ବିତାବାକୁ ଦୁହେଁ ଏକ ପଞ୍ଚ ତାରକା ହୋଟେଲ ପହଞ୍ଚିଥିଲେ । ଏକ ଜାତୀୟ ଗଣ ମାଧ୍ୟମରେ ଆସିଥିବା ଖବର ଅନୁଯାୟୀ, ରଣବୀର ଏବଂ ଆଲିଆଙ୍କୁ ଶନିବାର ରାତିରେ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲରେ ଏକତ୍ର ଦେଖିବାକୁ ମିଳିଥିଲା ।
ସୁଚନା ଯୋଗ୍ୟ ଯେ, ଦୀର୍ଘ ୧ ବର୍ଷ ଧରି ଏହି ଯୋଡି ପରସ୍ପରକୁ ଡେଟ କରୁଥିବା ଖବର ମିଳୁଛି । ବିଭିନ୍ନ ପାର୍ଟିରେ ମଧ୍ୟ ଦୁହେଁ ଏକତ୍ର ନଜର ଆସନ୍ତି । ନିକଟରେ ଆଲିଆ ରଣବୀରଙ୍କ ବାପା ଋଷି କାପୁରଙ୍କୁ ଭେଟିବାକୁ ନୁ୍ୟୟର୍କ ମଧ୍ୟ ଯାଇଥିଲେ, ଯେଉଁଠି ତାଙ୍କର ଚିକିତ୍ସା କରାଯାଉଛି ।

Leave A Reply

Your email address will not be published.