ଓ୍ବେଷ୍ଟଇଣ୍ଡିଜ ସିରିଜ ପୂର୍ବରୁ କୋହଲିଙ୍କୁ ଭେଟିଲେ ଅନୁଷ୍କା

0

ନୂଆଦିଲ୍ଲୀ,୧/୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଖେଳିବା ଲାଗି ଭାରତୀୟ କ୍ରିକେଟ୍‌ ଦଳ ବର୍ତ୍ତମାନ ଆମେରିକା ଗସ୍ତରେ ଯାଇଛି। ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ୨ଟି ମୁକାବିଲା ଆମେରିକାରେ ଅନୁଷ୍ଠିତ ହେବାକୁ ଥିବାରୁ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ବର୍ତ୍ତମାନ ସେଠାରେ ପହଞ୍ଚତ୍ସାରିଛି। ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଶନିବାର ଫ୍ଲୋରିଡାରେ ଖେଳାଯିବ। ତେବେ ସିରିଜ ଆରମ୍ଭ ହେବା ପୂର୍ବରୁ ଅଧିନାୟକ କୋହଲି ଓ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଅନୁଷ୍କା ଶର୍ମା ଏକାଠି ସାଙ୍ଗମାନଙ୍କ ସହ ମସ୍ତି କରୁଥିବାର ଦେଖିବାକୁ ମିଳିଛି। ଫ୍ଲୋରିଡାର ଏକ ରେଷ୍ଟୁରାଣ୍ଟରେ ଅନୁଷ୍କା ଓ ତାଙ୍କ ସାଙ୍ଗମାନଙ୍କ ସହ କୋହଲି ବସିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେଠାରେ ଉପସ୍ଥିତ ଥିବା କିଛି ପ୍ରଶଂସକଙ୍କ ସହ ମଧ୍ୟ ଉଭୟ କୋହଲି ଓ ଅନୁଷ୍କା ଫଟୋ ଉଠାଇଛନ୍ତି। ବିଦେଶ ଗସ୍ତ ସମୟରେ ଏହି ଚର୍ଚ୍ଚିତ ଯୋଡ଼ି ଏକାଠି ବୁଲୁଥିବାର ଏହା ପ୍ରଥମ ଘଟଣା ନୁହେଁ। ନିକଟରେ ଶେଷ ହୋଇଥିବା ଆଇସିସି ବିଶ୍ୱକପ୍‌ ସମୟରେ ମଧ୍ୟ ଲଣ୍ଡନରେ କୋହଲିଙ୍କ ସହ ଅନୁଷ୍କାଙ୍କୁ ଦେଖିବାକୁ ମିଳିଥିଲା। ଏହି ଗସ୍ତରେ ଭାରତ ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଲେଖାଏ ଟି୨୦ ଓ ଦିନିକିଆ ସମେତ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ଫ୍ଲୋରିଡାରେ ପ୍ରଥମ ଦୁଇଟି ଟି୨୦ ପରେ ଭାରତୀୟ ଦଳ ବଳକା ମ୍ୟାଚ୍‌ ଖେଳିବା ଲାଗି ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିବ।

Leave A Reply

Your email address will not be published.