ଓଡ଼ିଆ ସିନେ ନିର୍ଦ୍ଦେଶକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

0

ଓଲିଉଡ ନାୟୀକା ଏଲସା ଘୋଷ ଏବଂ ନିର୍ଦ୍ଦେଶକ ଦିଲୀପ ପଣ୍ଡା ମୁହାଁ ମୁହିଁ ହୋଇଛନ୍ତି । ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡିଓ ରିଲିଜ ସମୟରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଏହି ନାୟିକା ଜଣକ । ଏଲସାଙ୍କ ଆଗାମୀ ଚଳଚିତ୍ର ‘ତୁ ମୋ ସୁନା ଚଢେଇ’ର ଭୁବନେଶ୍ୱରର ଏକ ହୋଟେଲରେ ଅଡିଓ ରିଲିଜ କାର୍ଯ୍ୟକ୍ରମ ଥିଲା । ଏଥିରେ ଏଲସା ଓ ଦିଲୀପ ପଣ୍ଡାଙ୍କ ବ୍ୟତୀତ ପ୍ରଯୋଜକ ସୁଶାନ୍ତ ପଣ୍ଡା, ସଂଳାପ ଲେଖକ ରଜନୀ ରଂଜନ ଏବଂ ଫିଲ୍ମ ୟୁନିଟର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ତେବେ ଏହି ଚଳତିତ୍ର ପାଇଁ ଏଲସା ପ୍ରଯୋଜକ ସୁଶାନ୍ତ ପଣ୍ଡା, ସଂପାଦକ ଚନ୍ଦ୍ରଶେଖର ମିଶ୍ର ଓ ନୃତ୍ୟ ନିର୍ଦ୍ଦେଶକ ଏସ୍‌.କେ.ମୁରଲୀଧରନ୍‌ଙ୍କୁ ଦେଇଥିଲେ । କି;ୁ ଚଳତିତ୍ରର ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ନା ନେଇ ନଥିଲେ । ଏଥିରେ ରାଗିଯାଇ ଦିଲୀପ ପଣ୍ଡା ଏଲସାଙ୍କୁ ଠେଲିଦେଇଥିବାର ଅଭିଯୋଗ ହୋଇଛି । ଏହା ବ୍ୟତିତ ଦିଲୀପ ପଣ୍ଡା ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ଏଲସା ।

Leave A Reply

Your email address will not be published.