ଓଡ଼ିଶାକୁ ମୋଦିଙ୍କ ସାଢ଼େ ୧୪ ହଜାର କୋଟିର ଉପହାର

0

ଭୁବନେଶ୍ୱର, ୨୪/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାଆସୀ ରାଜ୍ୟବାସୀଙ୍କୁ ସାଢ଼େ ୧୪ କୋଟିର ପ୍ରକଳ୍ପ ଉପହାର ଦେଇଛନ୍ତି । ଭୁବନେଶ୍ୱର ଅରୁଗୁଲ ଆଇଆଇଟିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ସହ ୧୪ ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଗ୍ରହଣରେ ମୋଦି ପାଖାପାଖି ୧୨ଗୋଟି ପ୍ରକଳ୍ପର ସବୁ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୋଦି ଓଡ଼ିଶାର ବିକାଶକୁ କେନ୍ଦ୍ର ସରକାର ନୂଆ ସ୍ତରକୁ ନେଉଥିବା କହିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କପଥ, ପର୍ଯ୍ୟଟନ ଓ ଅନେକ କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଅନେକ ପଦକ୍ଷେପ ନେଉଥିବା ମୋଦି ଅଭିଭାଷଣରେ କହିବା ସହ ଉଦଘାଟିତ ବିଭିନ୍ନ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ନିର୍ଦ୍ଧାରିତ ସମୟର କିଛି ମିନିଟ୍‌ ପୂର୍ବରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ତାଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସରକାରୀ ସ୍ତରରେ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଓ ପୋଲିସ ଡିଜି ଆରପି ଶର୍ମା ପ୍ରମୁଖ ତାଙ୍କୁ ସ୍ୱାଗତ କରିବା ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ବିଜେପି ସଦସ୍ୟ ଏବଂ ବହୁ ମାନ୍ୟଗଣ ବ୍ୟକ୍ତିଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.