ଭୁବନେଶ୍ୱର, ୩/୧୨: ରାଜ୍ୟ ବିଜେପିର ଆଗ ଧାଡ଼ିରେ ଥିବା କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁଠୁ ନିର୍ବାଚନ ଲଢ଼ିବେ ତାହା ଏବେ ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ହୋଇ ରହିଛି । ସେ ଲୋକସଭା ପାଇଁ ପ୍ରତିଦ୍ୱନ୍ଦିତା କରିବା ନାଁ ବିଧାନସଭା ଆସନରୁ ଲଢ଼ି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ । ସମସ୍ତଙ୍କ ମୁହଁରେ ଏହି ଗୋଟିଏ ଚର୍ଚ୍ଚା । ଆଜି ଧର୍ମେନ୍ଦ୍ର ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ବୋଲି ସମ୍ୟକ୍ ସୂଚନା ଦେଇଛନ୍ତି । ଓଡ଼ିଶାରୁ କେଉଁଠୁ ବି ନିର୍ବାଚନ ଲଢ଼ିବା ପାଇଁ ସେ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି ।
ଆଗାମୀ ୨୦୧୯ ନିର୍ବାଚନରେ ନିଜ ନିର୍ବାଚନ ମଣ୍ଡଳୀ ଅନୁଗୁଳ ପାଲଲହଡ଼ା ଆସନରୁ ଲଢ଼ିବେ ବୋଲି ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି ଯେ ୧୪୭ଟି ଆସନରୁ କେଉଁଠି ବି ବିଜେପି ପ୍ରାର୍ଥୀ ହେବାକୁ ପାଇଁ ସେ ଆଗ୍ରହୀ । ବିଜେପି ୨୧ଟି ଲୋକସଭା ଆସନରେ ବିକଳ୍ପ ଦଳ ଭାବେ ଉଭା ହେବ । ପୂରା ଓଡ଼ିଶା ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଫୋକସ୍ରେ ରହିଛି । ନିଜକୁ ଏକ ଗୁଣ୍ଡୁଚି ମୂଷା ସହିତ ତୁଳନା କରିଛନ୍ତି ସେ କହିଛନ୍ତି ସାମୂହିକ ନେତୃତ୍ୱରେ ଆମେ ସମସ୍ତେ ଲଢ଼ିବୁ ଧର୍ମେନ୍ଦ୍ର । ୨୦୧୯ରେ ବିଜେପି ବୃହତ ଦଳ ହେବ ବୋଲି ସେ କହିଛନ୍ତି ।