ଭୁବନେଶ୍ୱର, ୬/୧୨ : ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଗସ୍ତରେ ଓଡ଼ିଶା ଆସିବା ନେଇ ବିଜେପି ଦଳୀୟ ସୁତ୍ରରୁ ଖବର ମିଳିଛି । ସେ ଖୋର୍ଦ୍ଧାଠାରେ ଆୟୋଜିତ ହେବାକୁ ଥିବା ବିଶାଳ ଜନସଭାରେ ଉଦବୋଧନ ଦେବେ । ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଡିସେମ୍ବର ମାସ ଶେଷ ସପ୍ତାହରେ ୨ ଦିନିଆ ଓଡିଶା ଗସ୍ତରେ ଆସିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୩ ଟି ଜନସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।