ଓଡ଼ିଶା ଦେଶର ଆଇକନିକ ପର୍ଯ୍ୟଟନ ସ୍ଥଳୀ ତାଲିକାରେ ସ୍ଥାନ ପାଇବ

0

ଭୁବନେଶ୍ୱର,୨୦/୮: ଦେଶର ଆଇକନିକ ପର୍ଯ୍ୟଟନ ସ୍ଥଳୀ ତାଲିକାରେ ସ୍ଥାନ ପାଇବ ଓଡ଼ିଶା । ଏନେଇ ଦିଲ୍ଲୀରେ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଓଡ଼ିଶାକୁ ଆଇକନିକ ହେରିଟେଜର ମାନ୍ୟତା ମିଳିବ । ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନ ସ୍ଥଳୀ ତାଲିକାରେ ଓଡ଼ିଶାର ଗୋଟିଏ ବି ସ୍ଥାନ ସାମିଲ ହୋଇପାରି ନଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ଦେଖାଦେଇଥିଲା । କିନ୍ତୁ ପୂର୍ବରୁ ଓଡ଼ିଶା ଡକ୍ୟୁମେଣ୍ଟରେ ଅଭାବ ଥିବାରୁ ଏହି ମାନ୍ୟତା ମିଳିନଥିଲା । ଏବେ ପୁରୀ ଓ କୋଣାର୍କ ଏପରି ଜାଗା ଯାହା ଏହି ଆଇକନିକ ପର୍ଯ୍ୟଟନ ସ୍ଥଳୀରେ ସ୍ଥାନ ପାଇବା ଜରୁରୀ ଏହାକୁ କେହି ଅଣଦେଖା କରି ପାରିବେ ନାହିଁ ବୋଲି ଦିଲ୍ଲୀରେ ଆୟୋଜିତ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି ।

କଳା କାରିଗରୀରେ ଉତ୍କର୍ଷିତାର ଅନ୍ୟ ନାମ କୋଣାର୍କ ସୂର୍ଯ୍ୟମନ୍ଦିର । ଏସିଆର ସର୍ବବୃହତ ଲୁଣି ହ୍ରଦ ତଥା ସୌନ୍ଦର‌୍ୟ୍ୟର ଭଣ୍ଡାର ଚିଲିକା ଓ ଜାତୀୟ ଉଦ୍ୟାନ ଶିମିଳିପାଳ, ଏପରିକି ବିଶ୍ୱର କୋଣ ଅନୁକୋଣର ପର‌୍ୟ୍ୟଟକଙ୍କୁ ଆକର୍ଷିତ କରୁଥିବା ଜଗନ୍ନାଥ ଧାମ ପୁରୀକୁ ମଧ୍ୟ ଏହି ଐତିହ୍ୟ ପର୍ଯ୍ୟଟନ ସ୍ଥଳୀରେ ସ୍ଥାନ ମିଳି ନଥିଲା ।

ଚଳିତ ଆର୍ଥିକ ବର୍ଷରେ ଦେଶର ୧୭ଟି ପର‌୍ୟ୍ୟଟନ ସ୍ଥଳୀର ତାଲିକାରେ ତାଜ୍‌ମହଲ, ଫତେଫୁରସିକ୍ରି, ଅଜନ୍ତା-ଏଲୋରା ଓ ହୁମାୟୁନ ଟମ୍ବ, ଲାଲକିଲ୍ଲା , ପରି ପର‌୍ୟ୍ୟଟନ ସ୍ଥଳୀ ସ୍ଥାନ ପାଇଥିଲା । କିନ୍ତୁ ସେଥିରେ ଓଡ଼ିଶାକୁ ବାଦ ଦିଆଯାଇଥିଲା ।

Leave A Reply

Your email address will not be published.